fbpx

କମନୱେଲଥ୍ ଗେମ୍ସ ୨୦୨୨, ଭାରତ ଜିତିଲା ପ୍ରଥମ ପଦକ

ନୂଆଦିଲ୍ଲୀ: ଇଂଲଣ୍ଡରେ ବର୍ମିଂହାମ୍ ରେ ୨୨ ତମ କମନୱେଲଥ୍ ଗେମ୍ସ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଭାରତ ରୌପ୍ୟ ପଦକ ସହ ଖାତା ଖୋଲିଛି । ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ଜିତିଛି । କମନୱେଲଥ ଗେମ୍ସ ୨୦୨୨ ର ଦ୍ୱିତୀୟ ଦିନରେ ୫୫ କିଲୋଗ୍ରାମ ଭାରୋତ୍ତୋଳନ ପ୍ରତିଯୋଗିତାରେ ସଙ୍କେତ ସାଗର ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ପ୍ରତିଯୋଗିତାରେ ସଙ୍କେତ ରୌପ୍ୟ ପଦକ ଜିତିଥିବାବେଳେ ମାଲେସିଆର ଅନୀକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସଙ୍କେତ ୫୫ କେଜି ଇଭେଣ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି । ସଙ୍କେତ ଦ୍ୱିତୀୟ ରାଉଣ୍ଡ ବା କ୍ଲିୟର ଜର୍କରେ ୧୩୫ କିଲୋଗ୍ରାମ ଉଠାଇବା ସହ ମୋଟ ୨୪୮ କିଲୋଗ୍ରାମ ଉଠାଇଥିଲେ । ମାଲେସିଆର ଅନୀକ କ୍ଲିୟର ଜର୍କରେ ୧୪୨ କେଜି ସହ ୨୪୯ କିଲୋଗ୍ରାମ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ସ୍ତରରେ ଅନେକ ପୁରସ୍କାର ଜିତିଥିବା ସଙ୍କେତ ମହାଦେବ ସରଗର ଭାରତର ଷ୍ଟାର ୱେଟଲିଫ୍ଟର । ସେ ୫୫ କେଜି ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥାନ୍ତି । ଗତ ବର୍ଷ ତାଶକନ୍ଦରେ ହୋଇଥିବା ଚାମ୍ପିୟନସିପ୍ ୫୫ କେଜି ସ୍ନାଚ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଥିଲେ । ସେତେବେଳେ ସେ ୧୧୩ କେଜି ଉଠାଇଥିଲେ । ଏହା ସହ ସରଗର ସ୍ନାଚ ଇଭେଣ୍ଟରେ ନୂଆ ରେକର୍ଡ କରିଥିଲେ ।

Get real time updates directly on you device, subscribe now.