fbpx

Video: ବର୍ଷା ପାଣିରେ ଦେଖିବାକୁ ମିଳିଲା ଭାସୁଥିବା ବିରିୟାନୀ ହାଣ୍ଡି, ସୋସିଆଲ ମିଡିଆରେ ଏମିତି କମେଣ୍ଟ କଲେ ୟୁଜର୍ସ

ହାଇଦ୍ରାବାଦ: ଦେଶର ଅନେକ ରାଜ୍ୟରେ ଏବେ ଭିଷଣ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ କିଛି ସ୍ଥାନରେ ଲୋକମାନେ ଘରୁ ବାହାରବା କଷ୍ଟକର ହୋଇପଡ଼ିଛି। ଏପରିକି ଲୋକଙ୍କ ଜିନିଷ ବର୍ଷା ପାଣିରେ ବହିଯାଉଥିବାର ଦେଖିବାକୁ ମିଳୁଛି। ଏହାର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ହାଣ୍ଡି ବହିଯାଉଥିବାର ଦେଖିବାକୁ ମିଳିଛି। ଏହି ହାଣ୍ଡିରେ ‘ବିରିୟାନି’ ଥାଇପାରେ ବୋଲି କୁହାଯାଉଛି। ହାଇଦ୍ରାବାଦର ଏକ ରାସ୍ତାରେ ବର୍ଷା ପାଣିରେ ରାସ୍ତାରେ ଏହି ହାଣ୍ଡି ବୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଲୋକମାନେ ଏହାକୁ ‘ପହଁରୁଥିବା ବିରିୟାନି’ ବୋଲି କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରାସ୍ତାଟି ବର୍ଷା ପାଣିରେ ଭରି ରହିଛି। ଏହି ସମୟରେ, ଦୁଇଟି ହାଣ୍ଡି ପାଣିରେ ଭାସିଯାଉଛି। କୁହାଯାଉଛି ଯେ ଦୋକାନୀ ବିରିୟାନି କରିବା ପାଇଁ ହାଣ୍ଡି ରଖିଥିଲେ, ଏହି ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା ଏବଂ ଦୋକାନୀ ହାଣ୍ଡିକୁ ଦୋକାନ ଭିତରକୁ ନେବାକୁ ଭୁଲିଯାଇଥିଲେ। ପରେ ପ୍ରବଳ ବର୍ଷାରେ ଯେତେବେଳେ ରାସ୍ତା ଜଳମଗ୍ନ ହେଲା, ସେତେବେଳେ ବିରିୟାନି ହାଣ୍ଡି ମଧ୍ୟ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବ ପରେ ୟୁଜର୍ସମାନେ ଏହାକୁ ନେଇ ଅନେକ ପ୍ରକାର ମଜାଳିଆ କମେଣ୍ଟସବୁ କରୁଛନ୍ତି। ଭିଡିଓ ସେୟାର କରିବାବେଳେ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ‘କେହି ଜଣେ ତାଙ୍କର ବିରିୟାନି ଅର୍ଡର ନ ପାଇ ଦୁଖିତଃ ହେବାକୁ ଯାଉଛନ୍ତି’। ଏହା ସହିତ ସେମାନେ ଏହାକୁ” ଭାସୁଥିବା ବିରିୟାନି “ବୋଲି କହିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, ‘ଦମ୍ ବିରିୟାନି କି ଏସି କି ତେଷୀ … ନୂଆ ହିଟ୍ ହେଉଛି ପହଁରୁଥିବା ବିରିୟାନି।’ ଜଣେ ଉପଭୋକ୍ତା ଲେଖିଛନ୍ତି, “ଏହା ହୋମ ଡେଲିଭେରିର ସର୍ବୋତମ ପଦ୍ଧତି!’

ଗତ କିଛି ଦିନ ହେବ ତେଲେଙ୍ଗାନାରେ ଲଗାତାର ବର୍ଷା ହେତୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦ ଦେଇ ପ୍ରବାହିତ ମୁସି ନଦୀରେ ମଧ୍ୟ ଗତ ଦୁଇ ଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

 

 

 

 

Get real time updates directly on you device, subscribe now.