fbpx

୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ, କ୍ରିକେଟ ଇଭେଣ୍ଟ ସାମିଲ ନେଇ ସମୀକ୍ଷା

ଲାଉସାନେ: ଆସନ୍ତା ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ କ୍ରୀଡାରେ କ୍ରିକେଟ ଇଭେଣ୍ଟ ସାମିଲ ନେଇ ସମୀକ୍ଷା କରାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଗୁରୁବାର ଦିନ ସୂଚନା ଦେଇଛି । ଅଧିକ ଟିପ୍ପଣୀ ଦେଇ ଆଇଓ କହିଛି ଯେ କ୍ରିକେଟ ସହିତ ୮ ନୂଆ କ୍ରୀଡା ଇଭେଣ୍ଟ ୨୦୨୮ ଅଲିମ୍ପିକ୍‌ କ୍ରୀଡାରେ ସାମିଲ କରିବା ପାଇଁ ପଞ୍ଜିକୃତ କରା ଯାଇଛି । ତେଣୁ କ୍ରିକେଟ ୨୦୨୮ ଅଲିମ୍ପିକ୍‌ କ୍ରୀଡାରେ ସ୍ଥାନ ପାଇବ କି ନାହିଁ ,ତାହା ପରେ ସ୍ପଷ୍ଟ ହେବ ।

ସୂଚନା ଯୋଗ୍ୟଯେ ୧୯୦୦ ମସିହାରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଓ ଶେଷ ଥର ପାଇଁ କ୍ରିକେଟ ସାମିଲ ହୋଇ ଥିଲା । ଏଥିରେ କେବଳ ଗ୍ରେଟ ବ୍ରିଟେନ ଓ ଫ୍ରାନ୍ସ କେବଳ ଭାଗ ନେଇ ଥିଲେ । ତେଣୁ ଏହା ପରେ ଆଉ କୌଣସି ଅଲିମ୍ପିକ୍‌ କ୍ରୀଡାରେ କ୍ରିକେଟ ସାମିଲ ହୋଇ ନାହିଁ । ତେଣୁ ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ୍‌ କ୍ରିଡାରେ କ୍ରିକେଟ ସାମିଲ କରିବା ନେଇ ବିଚର ବିମର୍ଷ ଚାଲିଛି । ତେଣୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଓ ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ କମିଟି ଏ ସମ୍ପର୍କରେ ଏକ ପ୍ରସ୍ତାବ ଉପସ୍ଥାପନ ପାଇଁ ଆହ୍ୱାନ କରା ଯାଇଛି ।

ତେଣୁ ଆସନ୍ତା ବର୍ଷ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇଓସିର ସାଧାରଣ ବୈଠକରେ ଏହି ପ୍ରସଙ୍ଗ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଗାମୀ ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ୍‌ କ୍ରୀଡାରେ ୨୮ କ୍ରୀଡା ଇଭେଣ୍ଟ ଅନୁଷ୍ଠିତ ହେବ । ତେବେ କ୍ରିକେଟ ସ୍ଥାନିତ ହେବ କି ନାହିଁ ତାହା ଆସନ୍ତା ବର୍ଷ ସ୍ପଷ୍ଟ ହେବ ବୋଲି ଆଇଓସି କହିଛି ।

Get real time updates directly on you device, subscribe now.