fbpx

ସାଫ୍‌ ଫୁଟବଲ୍‌ ଚାମ୍ପିୟାନସିପର: ଭାରତ ଚାମ୍ପିୟନ୍, ୫-୨ ଗୋଲରେ ବାଂଲାଦେଶ ପରାସ୍ତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ସାଫ ଫୁଟବଲ ଚାମ୍ପିୟାନସିପର ଫାଇନାଲ୍‌ରେ ବାଂଲାଦେଶକୁ ୫-୨ ଗୋଲରେ ହରାଇ ଚାମ୍ପିୟନ ହୋଇଛି ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ । ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମ୍ୟାଚକୁ ଶୁଭାରମ୍ଭ କରି ମ୍ୟାଚ୍‌କୁ ଉପଭୋଗ କରିଥିଲେ । ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ରେ ସମାନ ସ୍ଥିତିରେ ଥିଲେ । ସେହି ରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ରେ ରହିଥିଲେ । ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା । ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା ଏବଂ ଏକ୍ସଟ୍ରା ଟାଇମରେ ଭାରତ ୩ଟି ଗୋଲ ସ୍କୋର କରି ୫-୨ରେ ବିଜୟ ହାସଲ କରିଛି ।

ଚଳିତ ବର୍ଷ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସି ଟ୍ରଫି ଅକ୍ତିଆର କରିଛି । ୨୦୧୯ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରାଇ ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.