fbpx

(Video) ଖେଳ ଶିକ୍ଷକଙ୍କ ଅସରନ୍ତି ସମ୍ପତ୍ତି: ୬ କୋଠା, ମାର୍କେଟ କମ୍ପେକ୍ସ ସହ ଜବତ ହେଲା…

ବ୍ରହ୍ମପୁର(ଓଡ଼ିଶା ଭାସ୍କର) : ବୃତ୍ତିରେ ଜଣେ ଖେଳ ଶିକ୍ଷକ । କିନ୍ତୁ ଅମାପ ସମ୍ପତ୍ତିର ଅଧିକାରୀ । ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ । ୬ଟି କୋଠା ସାଙ୍ଗକୁ ମାର୍କେଟ୍ କମ୍ପେ୍ଲକ୍ସ, ଦାମୀ କାର୍, ଅମାପ ସୁନା ଗହଣା ସହ ନଗଦ ଟଙ୍କା ଦେଖି ଭିଜିଲାନ୍ସ ବି ତାଜୁବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜୟନ୍ତୀପୁର ଦିବ୍ୟସିଂହ ହାଇସ୍କୁଲ୍ର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି ।

ଏହା ବ୍ୟତୀତ ତାଙ୍କର ଏକ ମଦଭାଟି ରହିଥିବା ମଧ୍ୟ ସୂଚନା ମିଳିଛି । ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍ ଶ୍ରୀ ସାହୁଙ୍କ ଜୟନ୍ତୀପୁର ସ୍ଥିତ ଘର, ପୈତୃକ ବାସଭବନ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା । ତାଙ୍କର ମଦଭାଟି ଠାରୁ ଆରମ୍ଭ କରି ପେଟ୍ରୋଲ୍ ପମ୍ପ, ଗ୍ୟାସ୍ ଗୋଦାମ ବି ରହିଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା

ସୂଚନାନୁଯାୟୀ, ଶ୍ରୀ ସାହୁଙ୍କ ବ୍ରହ୍ମପୁର ଅନନ୍ତନଗର ଲେନ୍-୩ରେ ଏକ ୩ ମହଲା ଓ ୨ ମହଲା କୋଠା ରହିଥିବାବେଳେ ବ୍ରହ୍ମପୁରରେ ୭ଟି ଦୋକାନ ଘର ସହ ଏକ ମାର୍କେଟ କମ୍ପେ୍ଲକ୍ସ ରହିଛି । ସେହିପରି ଜୟନ୍ତୀପୁରରେ ୨ଟି ୨ ମହଲା କୋଠା ସହ ୪ଟି ଦୋକାନ ଘର ଠାବ କରାଯାଇଛି । ଏହା ବ୍ୟତୀତ ତାଙ୍କର ଗୋଟିଏ କ୍ରେଟା ଓ ଗୋଟିଏ ସାଣ୍ଟ୍ରୋ କାର୍ ମଧ୍ୟ ରହିଛି । ୨ଟି ବାଇକ୍ ଠାବ କରାଯାଇଛି ।

ଏହାବାଦ୍ ତାଙ୍କର ଏକ ଗୋଦାମରେ ଭିଜିଲାନ୍ସ ଚଢ଼ାଉ କରି ୨ଶହ ବସ୍ତା ଗୁଡ଼ ଓ ୫ ଶହ ବସ୍ତା ଚିନି ଜବତ କରିଛି । ଏହି ଗୁଡ଼ ଓ ଚିନି ମଦ ପ୍ରସ୍ତୁତିରେ ଲାଗୁଥିବା ଭିଜିଲାନ୍ସ ସନ୍ଦେହ କରୁଛି । ତାଙ୍କ ଘରୁ ୩ ଲକ୍ଷ ୮୫ ହଜାର ଟଙ୍କା ଓ ୭୨୧ ଗ୍ରାମ୍ର ସୁନା ଅଳଙ୍କାର ଜବତ କରାଯାଇଛି । ଚଢ଼ାଉ ଶେଷ ହୋଇନଥିବାରୁ ସମ୍ପତ୍ତିର ପରିମାଣ ଅଧିକ ହେବ ବୋଲି ଆଶା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ କ୍ରୀଡ଼ା ଶିକ୍ଷକଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ଠାବ ହୋଇପାରୁଛି ତେବେ ରାଜ୍ୟରେ ଦୁର୍ନୀତିର ଚେର କେଉଁ ସ୍ତରରେ ପହଞ୍ଚିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

Get real time updates directly on you device, subscribe now.