fbpx

ଭାରତୀୟ କମ୍ବାଟ୍ ଫାଇଟ୍ ଜେଟ୍ ତେଜସ ଉପରେ ୬ ଦେଶଙ୍କ ନଜର, ୧୮ଟି ବିମାନ କିଣିବା ପାଇଁ ମାଲେସିଆର ଆଗ୍ରହ

ନୂଆଦିଲ୍ଲୀ : ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଫିଲିାଇନ୍ସ ସମେତ ଅନେକ ଦେଶ ଭାରତର ତେଜସ୍‌ ବିମାନ ପ୍ରତି ଆଗ୍ରହ ଦେଖାଇଥିବାବେଳେ ମାଲେସିଆ ଏହି ବିମାନ କିଣିବାକୁ ଯୋଜନା କରିସାରିଛି । ଏହି କ୍ରମରେ ଭାରତ ୧୮ ଟି ହାଲୁକା ଯୁଦ୍ଧ ବିମାନ “ତେଜସ’ ମାଲେସିଆକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି । ଭାରତ ସରକାର ଗତ ବର୍ଷ ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହିତ ଏକ ଚୁକ୍ତି କରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଗତ ବର୍ଷ ଫେବୃଆରୀରେ ଭାରତୀୟ ବାୟୁସେନା ପାଇଁ ୮୩ ତେଜସ ଲାଇଟ୍‌ କମ୍ବାଟ୍‌ ବିମାନ କିଣିବା ପାଇଁ ଏଚଏଏଲ ସହିତ ୪୮,୦୦୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ୱାକ୍ଷର କରିଥିଲା । ୨୦୨୩ ରୁ କମ୍ପାନୀ ଏହି ବିମାନଗୁଡ଼ିକର ବିତରଣ ଆରମ୍ଭ କରିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବୈଦେଶିକ ପ୍ରତିରକ୍ଷା ଉପକରଣ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବାକୁ ଆଗ୍ରହୀ ଅଛନ୍ତି ।ଏହା ବ୍ୟତୀତ ସରକାର ଭାରତରେ ନମି ର୍ତି କରବି । ଜେଟ୍‌ ରପ୍ତାନି ପାଇଁ କୂଟନୈତିକ ପ୍ରୟାସକରୁଛନ୍ତି । ତେଜସ୍‌ ଏକ ସ୍ୱତନ୍ତ୍ର ବିମାନ । ତଥାପି ଏହାର ଡିଜାଇନ୍‌ ଠାରୁ ଅନ୍ୟ ଅତ୍ୟଧିକ ଭାରୀ ଥିବାରୁ ଏହାକୁ ଥରେ ଭାରତୀୟ ନୌସେନା ପ୍ରତ୍ୟାଖ୍ୟାନ କରିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦକୁ କହିଛି ଯେ ହିନ୍ଦୁସ୍ତାନ ଏରୋନେଟିକ୍ସ ଗତ ବର୍ଷ ଅକ୍ଟୋବରରେ ରୟାଲ ମାଲେସିଆ ବାୟୁସେନା ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିଲା । ଏହାର ପ୍ରତିକ୍ରିୟାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ତେଜସର ଦୁଇ ସିଟ୍‌ ବିଶିଷ୍ଟ ସଂସ୍କରଣ ସମେତ ୧୮ ଟି ଜେଟ୍‌ ବିକ୍ରି କରିବ।

Get real time updates directly on you device, subscribe now.