ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଏହାର ପ୍ରଥମ ଛୋଟ ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି। SSLV-D1 ଏହା ସହିତ ୭୫୦ ଛାତ୍ର ନିର୍ମିତ ଉପଗ୍ରହ ‘ଆଜାଦି ସାଟେଲାଇଟ’ ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ -୦୨ (EOS-02) ମଧ୍ୟ ଅନ୍ତରୀକ୍ଷକୁ ନେଇଛି।
#WATCH ISRO launches SSLV-D1 carrying an Earth Observation Satellite & a student-made satellite-AzaadiSAT from Satish Dhawan Space Centre, Sriharikota
(Source: ISRO) pic.twitter.com/A0Yg7LuJvs
— ANI (@ANI) August 7, 2022
ରକେଟ୍ ସଠିକ ଭାବରେ କାର୍ଯ୍ୟ କରି ସାଟେଲାଇଟ୍କୁ ତାର ନିର୍ଦ୍ଧାରିତ କକ୍ଷରେ ପହଞ୍ଚାଇଥିଲା। ତେବେ ଅନ୍ତରୀକ୍ଷରେ ପହଞ୍ଚିବା ସାଟେଲାଇଟ୍ରୁ ସିଗନାଲ୍ ମିଳିବା ବନ୍ଦ ହୋଇଯାଇଥିବା ସୂଚନା ମିଳିଛି । ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ ISRO ମିଶନ କଣ୍ଟ୍ରୋଲ ସେଣ୍ଟର ଡାଟା ଲିଙ୍କ ପାଇବାକୁ ନିରନ୍ତର ଚେଷ୍ଟା କରୁଛି, ଲିଙ୍କ ମିଳିବ ମାତ୍ରେ ଆମେ ସମସ୍ତଙ୍କୁ ଜଣାଇବୁ। EOS02 ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ, ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ। ଏହାର ଓଜନ ୧୪୨ କିଲୋଗ୍ରାମ ଏବଂ ଏହାର ମଧ୍ୟମ ଏବଂ ଲଙ୍ଗ୍ ୱେବ୍ଲେନ୍ଥ ୱଇଫ୍ରାରେଡ୍ କ୍ୟାମେରା ଅଛି। ଯାହାର ରେଜୋଲୁସନ ୬ ମିଟର, ଏହା ରାତିରେ ମଧ୍ୟ ଜଳ ଉପରେ ନଜର ରଖିପାରେ, ଏହା ବ୍ୟତୀତ ସ୍ପେସ୍ କିଡଜ୍ ଇଣ୍ଡିଆ ନାମକ ସ୍ପେସ୍ ଏଜେନ୍ସିର ଛାତ୍ର ଉପଗ୍ରହ ଆଜାଡିସାଟ ମଧ୍ୟ ପଠାଯାଇଛି।