fbpx
BJD SKY
BJD SKY

ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୁଇ ସହରରେ ସୁଇ ମାସ ପାଇଁ ଧାରା ୧୪୪ ଲାଗୁ

BJD

ମଣିପୁର: ମଣିପୁରରେ ଏକ ଭ୍ୟାନ୍‌ରେ ନିଆଁ ଲଗାଇବା ଘଟଣାକୁ କେନ୍ଦ୍ର କରି ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ବିଷ୍ନୁପୁର ଅଞ୍ଚଳରେ ତିନିରୁ ଚାରୁ ଯୁବକ ଗୋଟିଏ ଭ୍ୟାନ୍‌ରେ ନିଆ ଲଗାଇ ଦେଇଥିଲେ। ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନାପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି।

କୁହାଯାଉଛି ଯେ, ଭ୍ୟାନ୍‌ରେ ନିଆଁ ଲଗାଇଥିବା ଯୁବକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟନ୍ତି। ଯାହା ପରେ ପୁରା ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ଉତ୍ତେଜନାପୁର୍ଣ୍ଣ ହୋଇଯାଇଥିଲା। ଏହା ବ୍ୟତିତ ପ୍ରଶାସନ ଆସନ୍ତା ଦୁଇମାସ ପାଇଁ ଚୁରାଚାନ୍ଦପୁର ଏବଂ ବିଷ୍ଣୁପୁରରେ ଧାରା ୧୪୪ ଲାଗୁ କରିଛି।

ଗୃହମନ୍ତ୍ରଳାୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଶନିବାର ଦିନ ଅପରାହ୍ନ ସମୟରେ ପାଜୁଗାଚୋ ଇଖାଇ ଆୱାଙ୍ଗ ଲାଇକାଇରେ ଏକ ଜଳୁଥିବା ଭ୍ୟାନ୍ ମିଳିଥିଲା। ଏହି ଭ୍ୟାନଟି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ତିନି-ଚାରିଜଣ ଯୁବକ ଦ୍ୱାରା ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ବାର୍ତ୍ତା ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଲା। ଏହାକୁ ଦୃଷ୍ଟିରେ ରଖି ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରଯାଇଛି। ଏହା ସହିତ ଏହି ସେବା ବ୍ୟାହତ ହେବା ପରେ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରାଯାଇଛି।

Get real time updates directly on you device, subscribe now.