fbpx

ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ, ଚିଠି ପଠାଇଲେ ଆଉ କହିଲେ………..

ନୂଆଦିଲ୍ଲୀ:ଆଉ କିଛି ଦିନ ଗଲେ ରାକ୍ଷୀପୂର୍ଣ୍ଣିମା । ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ମାନେ ଚାହିଁକି ବସିଛନ୍ତି । ଠିକ ଏହି ସମୟରେ ଜଣେ ବର୍ଡର ପାର ଦେଶର ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଅପେକ୍ଷା କରି ବସିଛି । ଆମେ କହୁଛୁ ପାକିସ୍ତାନ ର ଜଣେ ଭଉଣୀ କଥା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ରାକ୍ଷୀ । ଆଉ ତାଙ୍କୁ ଆଗକୁ ଆସୁଥିବା ୨୦୨୪ ନିର୍ବାଚନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସୂଚନାମୁତାବକ କମର ମୋହସିନ ଶେଖ ନାମକ ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଏହା ସହିତ ଏକ ଚିଠି ମଧ୍ୟ ଲେଖିଛନ୍ତି । ଏହା ସହିତ ସେ କହିଛନ୍ତି ସବୁ ପ୍ରସ୍ତୁତି ସରିଛି ଏଥର ସେ ମୋଦୀଜିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିବେ । କେବଳ ଅପେକ୍ଷା ମୋଦୀଙ୍କର ଡାକରାକୁ ।

କମର ଯେଉଁ ରାକ୍ଷୀ ପଠାଇଛନ୍ତି ତାକୁ ସେ ନିଜ ହାତରେ ରେଶମୀ ରିବନ ଦେଇ ଡିଜାଇନ କରିଛନ୍ତି । ଏହା ସହିତ ଏଥିରେ ଏମ୍ବଡରୀ କାମ ମଧ୍ୟ ହୋଇଛି । ତେବେ କମର ପ୍ରଥମ ଥର ରାକ୍ଷୀ ପଠାଉ ନାହାନ୍ତି ଦୀର୍ଘ ୨୪-୨୫ ହେବ ସେ ତାଙ୍କୁ ରାକ୍ଷୀ ପଠାଉଛନ୍ତି । ମୋଦୀ ଆରଏସଏବସ କର୍ମୀ ଥିବା ସମୟରୁ ହିଁ କମର ମୋଦୀଙ୍କ ପାଖକୁ ରାକ୍ଷୀ ପଠାଉଛନ୍ତି ।

Get real time updates directly on you device, subscribe now.