fbpx

“Slow Finger of Death” କ୍ରିକେଟ ଜଗତକୁ ବଡ ଝଟକା: ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଅମ୍ପାୟାର

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ବିଶ୍ୱ କ୍ରିକେଟ ଇତିହାସର ଜଣେ ଅମ୍ପାୟାର କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଇଣ୍ଟରନେସନାଲ ଅମ୍ପାୟାର ଋଡୀ କର୍ଟଜନଙ୍କୁ ହରାଇଛି କ୍ରିକେଟ ଦୁନିଆ । ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୪୦୦ ଇଣ୍ଟରନେସନାଲ ମ୍ୟାଚରେ ଅମ୍ପାୟାରିଂ କରିଥିବା କର୍ଟଜନ ଆଜି ପ୍ରାଣତ୍ୟାଗ କରିଛନ୍ତି । ରିଭର୍ସଡେଲ ନିକଟରେ ଏକ କାର ଦୁର୍ଘଟଣାରେ କର୍ଟଜନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।

ଖେଳାଳିଙ୍କୁ ଆଉଟ ବୋଲି ନିଷ୍ପତ୍ତି ଦେବାର ଏକ ଭିନ୍ନ ଉପାୟ ପାଇଁ ସେ ଖୁବ ଲୋକପ୍ରିୟ ରହିଥିଲେ । କୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦେବା ପାଇଁ ସେ ଖୁବ ଧିରେ ହାତ ଉଠାଇଥାନ୍ତି । ତାଙ୍କର ଏହି ଷ୍ଟାଇଲ ପାଇଁ କର୍ଟଜନଙ୍କୁ “ସ୍ଲୋ ଫିଙ୍ଗର ଅଫ ଡେଥ’ ବୋଲି ମଧ୍ୟ କୁହାଯାଏ । କର୍ଟଜନଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି ।

ବନ୍ଧୁଙ୍କ ସହ ଗୋଲ୍ଫ ଖେଳିବା ପାଇଁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି କର୍ଟଜନଙ୍କ ପୁଅ । ସୋମବାର ଘରକୁ ଫେରିବାକୁ ଥିବା ବେଳେ ଆଉ ଏକ ରାଉଣ୍ଡ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେହିଠାରେ ଅଟକି ଯାଇଥିଲେ କର୍ଟଜନ । ଏହାପରେ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଋଡି କର୍ଟଜନ । ସେ ଆଜି ପର୍ଯ୍ୟନ୍ତ ମୋଟ ୧୨୮ ଟେଷ୍ଟ, ୨୫୦ ଦିନିକିଆ ଏବଂ ଟି-୨୦ ଅନଫିଲ୍ଡ ଅମ୍ପାୟାର କିମ୍ବା ଟିଭି ଅମ୍ପାୟାର ଭାବରେ ଦାୟିତ୍ୱ ତୁଲାଇଛନ୍ତି ।

Get real time updates directly on you device, subscribe now.