fbpx

Parle-G ବିସ୍କୁଟର ବଢ଼ିନି ଦାମ୍ , ଆଜିବି ମିଳୁଛି ୫ ଟଙ୍କାରେ, କେମିତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ଲେ-ଜି, ଏହି ବିସ୍କୁଟକୁ ହୁଏତ କେହି ଜାଣିନଥିବେ । ପାର୍ଲେ-ଜି ଆଜିବି ଲୋକଙ୍କ ପସନ୍ଦର ବିସ୍କୁଟ ହୋଇ ରହିଛି । ଭାରତରେ ଏହା ଏକ ବିସ୍କୁଟ ବ୍ରାଣ୍ଡ୍ ନୁହେଁ, ବରଂ ଏହା ସହ ଲୋକଙ୍କ ଭାବନା ଯୋଡ଼ି ହୋଇ ରହିଛି । ଯେତେବେଳେ ପାର୍ଲେ-ଜି ବିସ୍କୁଟ କଥା ଉଠେ, ଆମେ ନିଜ ପିଲାଦିନକୁ ଫେରିଯାଇଥାଉ । ସମୟ ସହ ପାର୍ଲେ-ଜି ବିସ୍କୁଟରେ ଅନେକ ପରିବର୍ତ୍ତନ ହୋଇଛି, କିନ୍ତୁ ଏହାର ସ୍ୱାଦ ବଦଳିନାହିଁ । ଏହା ସହ ଏହାର ଛୋଟ ପ୍ୟାକେଟର ଦାମ୍ ମଧ୍ୟ ବଦଳିନି । ଏବେ ଏହା ପାଞ୍ଚ ଟଙ୍କାରେ ମିଳୁଛି । କିନ୍ତୁ ଦୀର୍ଘ ସମୟ ଧରି ଏହାର ଦାମ୍ ୩-୪ ଟଙ୍କା ରହିଆସିଛି । ଏମିତିରେ ବଡ଼ ପ୍ରଶ୍ନ ହେଉଛି ଆଜିର ମହଙ୍ଗା ଦୁନିଆରେ ପାର୍ଲେ-ଜି ପାଞ୍ଚ ଟଙ୍କାରେ କେମିତି ସମାନ ରହିଛି ।

ତେବେ ଏହାର ପୂରା ଗଣିତ ସ୍ୱିଗିର ଡିଜାଇନ ଡାଇରେକ୍ଟର ସପ୍ତର୍ଷି ପ୍ରକାଶ ବୁଝାଇଛନ୍ତି । ପ୍ରକାଶ ଲିଙ୍କ୍ଡଇନରେ ଲେଖିଛନ୍ତି ଯେ କେବେ ଭାବିଛନ୍ତି, ଏହା କିପରି ସମ୍ଭବ? ପ୍ରକାଶ କହିଛନ୍ତି ଯେ ୧୯୯୪ ରେ ପାର୍ଲେ-ଜିର ଦାମ ୪ ଟଙ୍କା ଥିଲା । ଏହାର ଅନେକ ବର୍ଷପରେ ଦାମ୍ ୧ ଟଙ୍କା ବଢ଼ିଥିଲା ଏବଂ ପ୍ୟାକେଟର ଦାମ ୫ ଟଙ୍କା ହୋଇଥିଲା । ୧୯୯୪ ରୁ ନେଇ ୨୦୨୧ ପର୍ଯ୍ୟନ୍ତ ପାର୍ଲେ-ଜି ଛୋଟ ପ୍ରାକେଟର ଦାମ୍ ଚାରି ଟଙ୍କା ରହିଥିଲା । ସେ କହିଥିଲେ ଯେ ପାର୍ଲେ-ଜି ଏତେ ବଡ଼ ସ୍ତରରେ ନିଜର ଛାପ ଛାଡ଼ିବା ପାଇଁ ଏକ ଜବରଦସ୍ତ ମନୋବୈଜ୍ଞାନିକ ଉପାୟ ଆପଣଇଥିଲା ।

ପ୍ରକାଶ କହିଛନ୍ତି ଯେ ଯେତେବେଳେ ଆମେ ଛୋଟ ପ୍ୟାକେଟ୍ କଥା କହୁ ଆମ ମୁଣ୍ଡରେ ଆସେ ଯେ ଏମିତି ଏକ ପ୍ୟାକେଟ୍ ଯାହା ହାତରେ ସହଜରେ ରଖି ହେଉଥିବ । ପ୍ୟାକେଟ ଭିତରେ ହାତ ମୁଠିରେ ରହିବା ପରେ ବିସ୍କୁଟ ଥାଏ । ପାର୍ଲେ ଏହାକୁ ବୁଝିଥିଲା, ଏଥିପାଇଁ କମ୍ପାନୀ ଦାମ୍ ବଢ଼ାଇବା ଅପେକ୍ଷା ଲୋକଙ୍କ ମନରେ ନିଜର ଛୋଟ ପ୍ୟାକେଟର ଧାରଣା ବଜାୟ ରଖିଥିଲା । ପରେ ଧୀରେ ଧୀରେ ଏହାର ଆକାର ଛୋଟ କରିବା ଆରମ୍ଭ କରିଥିଲା । ସମୟ ସହ ଛୋଟ ପ୍ୟାକେଟର ଆକାର ଛୋଟ ହୋଇଚାଲିଲା, କିନ୍ତୁ ଦାମରେ ବୃଦ୍ଧି ହୋଇନଥିଲା ।

ପ୍ରକାଶ କହିଛନ୍ତି ଯେ ପ୍ରଥମେ ପାର୍ଲେ-ଜି ଛୋଟ ପ୍ୟାକେଟ ୧୦୦ ଗ୍ରାମର ଥିଲା । କିଛି ବର୍ଷ ପରେ ଏହା ୯୨.୫ ଗ୍ରାମ ପରେ୮୮ ଗ୍ରାମ, ଆଉ ଆଜି ମିଳୁଥିବା ପାଞ୍ଚ ଟଙ୍କିଆ ପ୍ୟାକେଟରେ ୫୫ ଗ୍ରାମ ଓଜନର ହୋଇଯାଇଛି । ୧୯୯୪ ଠାରୁ ଏପର୍ଯ୍ୟନ୍ତ ଏହାର ଓଜନରେ ୪୫ ପ୍ରତିଶତ ହ୍ରାସ ହୋଇସାରିଲାଣି । ଏହି ଟେକନିକ୍ କୁ ଗ୍ରେସଫୁଲ ଡିଗ୍ରେଡେସନ କହିଛନ୍ତି, ଆଳୁ ଚିପ୍ସ, ଚକଲେଟ ଏବଂ ଟୁଥ ପେଷ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ଏହି ଭଳି କାମ କରିଥାନ୍ତି ।

ଉଲ୍ଲେଖଯୋଗ୍ୟ, ପାର୍ଲେର ଆରମ୍ଭ ୧୯୨୯ ରେ ହୋଇଥିଲା । ପାର୍ଲେ ପ୍ରଥମ ଥର ୧୯୩୮ ରେ ପାର୍ଲେ-ଗ୍ଲୁକୋ ନାମରେ ବିସ୍କୁଟ ଉତ୍ପାଦନ କରିଥିଲା, ଯାହା ପରେ ପାର୍ଲେ-ଜି ନାମରେ ପରିବର୍ତ୍ତନ ହୋଇଥିଲା ।

Get real time updates directly on you device, subscribe now.