fbpx

Flying Dosa ପରେ ହେଲିକପ୍ଟର ଭେଲ ପୁରୀ: ମାର୍କେଟକୁ ଆସିଲା ଆଉ ଏକ ଷ୍ଟାଇଲସ ରେସିପି

ଓଡିଶା ଭାସ୍କର: ଆଜିକାଲି ଇଣ୍ଟରନେଟରେ ବିଭିନ୍ନ ପ୍ରକାର ଫୁଡ ରେସିପି ଭିଡିଓ ଭାଇରାଲ ହେଉଛି । ଅନେକ ଲୋକ ଅନେକ ସ୍ତାନରେ ବୁଲି ଫୁଡ ବ୍ଲଗିଙ୍ଗ କରି ନିଜ ଏକ୍ସପେରିଏନ୍ସ ଲୋକମାନଙ୍କୁ ଜଣାଇଥାନ୍ତି । ଯାହାକୁ ଦେଖି ଲୋକମାନେ ଏହାକୁ ନିଜ ଘରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥାନ୍ତି । ଏହହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆକୁ ଆସିଛି । ଯାହା ଧିରେ ଧିରେ ଟ୍ରେଣ୍ଡିଂ ହେବାରେ ଲାଗିଛି । ଏହାକୁ ହେଲିକପ୍ଟର ଭେଲପୁରୀ ବୋଲି କୁହାଯାଇଛି ।

ଏହି ଭିଡିଓରେ ଜଣେ ବ୍ୟକ୍ତି ଭେଲପୁରୀ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏକ ନୂଆ ଷ୍ଟାଇଲ ଆଉ ନୂଆ ଅନ୍ଦାଜରେ ଭେଲପୁରୀ ବନାଉଛନ୍ତି ଏହି ବ୍ୟକ୍ତି । ଭେଲପୁରୀକୁ ଏତେ ସ୍ପିଡରେ ପ୍ରସ୍ତୁତ କରୁଛନ୍ତି ଯେ, ମାତ୍ର କିଛି ମିନିଟରେ ହିଁ ଭେଲପୁରୀ ରେଡି କରି କଷ୍ଟମରଙ୍କୁ ଦେଇଛନ୍ତି । ତେବେ ଭେଲପୁରୀ ପ୍ରସ୍ତୁତ କରିବାର ତାଙ୍କର ଏହି ସ୍ପିଡକୁ ହେଲିକପ୍ଟର ଭେଲପୁରୀ କୁହାଯାଉଛି ।

ଆପଣ ଏହା ପୂର୍ବରୁ ଫ୍ଲାଇଙ୍ଗ ଦୋସା ବିଷୟରେ ଶୁଣିଥିବେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଏହି ଭିଡିଓ ଦେଖି ଏହି ରେସିପିକୁ ହେଲିକପ୍ଟର ଭେଲପୁରୀ ନାଁ ଦିଆଯାଇଛି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଅନେକ ଲୋକ ଏହି ଭିଡିଓ ଦେଖି ଏହାର ମଜା ଉଠାଇବା ସହ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହାବ୍ୟତୀତ ଭିଡିଓରେ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.