fbpx

‘ସ୍କୁଲ ଆଉ ଛୁଟି କରନ୍ତୁ ନାହିଁ’, କାହିଁକି ଏଭଳି କହି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଷଷ୍ଠ ଶ୍ରେଣୀର ଛାତ୍ରୀ…

ସ୍କୁଲରେ ଛୁଟି ଘୋଷଣା ହେବା ମାତ୍ରେ ପିଲାଙ୍କ ମଧ୍ୟରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଥାଏ । କିନ୍ତୁ କେରଳର ୱାଏନାଡର ସଫୂରା ନୌସାଦ ନାମକ ଜଣେ ଝିଅ ଛୁଟିରେ ଏଭଳି ବିରକ୍ତ ହୋଇଯାଇଥିଲେ, ଯେ ଆଉ ଛୁଟି ନଦେବାକୁ ସିଧା ଜିଲ୍ଲାପାଳଙ୍କୁ ମେଲ୍ କରିଥିଲେ ।

ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ସଫୂରାଙ୍କ ପଠାଇଥିବା ଇମେଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଛାତ୍ରୀ ଜଣକ ୱାଏନାଡର କଲେକ୍ଟର ଏ ଗୀତାଙ୍କୁ ଇମେଲ ଲେଖି କହିଥିଲେ ଯେ ସ୍କୁଲରେ ମିଳୁଥିବା ଛୁଟି ପରେ ବି ଲଗାତାର ୪ ଦିନ ପର୍ଯ୍ୟନ୍ତ ଘରେ ରହିବା ମୁସ୍କିଲ ହୋଇଯାଇଛି । ସଫୂରା ଇମେଲରେ ସ୍କୁଲକୁ ଆଉ ଛୁଟି ନ ଦେବାକୁ କହିଛନ୍ତି ।

ଛାତ୍ରୀଙ୍କ ଠାରୁ ଇମେଲ ମିଳିବା ପରେ ଜିଲ୍ଲାପାଳ ଏହାର ଏକ ସ୍କ୍ରିନସଟ୍ ନିଜ ଫେସବୁକ୍ ରେ ଶେୟାର କରିଥିଲେ । ଏହା ସହ ଇମେଲର ଜବାବ ମଧ୍ୟ ଦେଇଛନ୍ତି । ଜିଲ୍ଲାପାଳ ପିଲାଟିର ସ୍କୁଲ ଏବଂ ପାଠପଢ଼ା ପ୍ରତି ଆଗ୍ରହର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏମାନଙ୍କ ହାତରେ ଦେଶ ଏବଂ ଦୁନିଆର ଭବିଷ୍ୟ ସୁରକ୍ଷିତ ରହିଛି । ମାତା-ପିତା, ଶିକ୍ଷକ, ସରକାର ଏବଂ ସମାଜର ସମସ୍ତେ ଏହି ପୀଢ଼ୀ ଉପରେ ଗର୍ବ କରିପାରିବେ ।

ପ୍ରକୃତରେ ଶନିବାର, ରବିବାର ଛୁଟିପରେ ସୋମବାର ବର୍ଷାଯୋଗୁଁ ଛୁଟି ହୋଇଥିଲା, ପୁଣି ଆଜି ମଙ୍ଗଳବାର ମହରମ ପାଇଁ ଛୁଟି ରହିଛି । ଏହାକୁ ନେଇ ଲଗାତାର ଚାରି ଦିନ ସ୍କୁଲ ବନ୍ଦ ରହିଥିଲା । ଆଉ ସ୍କୁଲରେ ଲଗାତାର ଛୁଟି ଯୋଗୁଁ ବିରକ୍ତ ହୋଇ ସଫୁରା ନୌସାଦ ଜିଲ୍ଳାପାଳଙ୍କୁ ଇମେଲ୍ କରି ଛୁଟି ନଦେବାକୁ ଅନୁରୋଧ କରିଥିଲେ । ସଫୂରା କହିଥିଲେ ଯେ ବୁଧବାର ସ୍କୁଲ ବନ୍ଦ କରନ୍ତୁ ନାହିଁ ।

 

Get real time updates directly on you device, subscribe now.