fbpx

ଚାପ ହେଲେ ଶରୀରେ ଦେଖାଦିଏ ଏପରି ଲକ୍ଷଣ: ତୁରନ୍ତ ଚିହ୍ନଟ କରି ହୁଅନ୍ତୁ Tension Free

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନ, ପାରିବାରର ଦାୟିତ୍ୱ, ପାଠର ବୋଝ, ଆର୍ଥିକ ସମସ୍ୟା ଏବଂ ହାର୍ଟ ବ୍ରେକ୍ ଭଳି ସମସ୍ୟା ଫଳରେ ଷ୍ଟ୍ରେସ୍ ବା ଚାପ ହେବା ସ୍ୱାଭାବିକ ଓ ଏହି କାରଣରୁ ଆମ ଶରୀର ଭିନ୍ନ ଭାବରେ ପ୍ରତିକ୍ରିୟା କରେ । ଚାପ ହେତୁ ଆମ ଶରୀରରେ ଅନେକ ହରମୋନ୍ ସିକ୍ରିସନ୍ ହୋଇଥାଏ ଏବଂ ଆମେ ବିଚଳିତ ଅନୁଭବ କରିଥାଉ । ଚାପ ନେଇ ସମସ୍ୟାର ସମାଧାନ ହୁଏନି, ଏଥିପାଇଁ କିଛି ଲକ୍ଷଣକୁ ଚିହ୍ନଟ କରିବା ଓ ଏହାକୂ ଦୂର କରିବାର ପାଇଁ ପଦକ୍ଷେପ ନେବା ଉଚିତ୍ ।

ସମୟ ବଦଳିବା ସହିତ ଲୋକଙ୍କ ଚାପ ପରିଚାଳନା କ୍ଷମତା ହ୍ରାସ ପାଉଛି ଏବଂ ମଣିଷ ଅଧିକ ରାଗିବା ସ୍ୱାଭାବର ହେଉଛି । ତେବେ ଆସନ୍ତୁ ଜାଣିବା ଟେନସନ ବଢ଼ିଲେ ଶରୀରରୁ କିପରି ସଙ୍କେତ ଆସିବା ଆରମ୍ଭ ହୁଏ …

– କାର୍ଯ୍ୟରେ ମନ ନଲାଗିବା ।
– ପେଟରେ ଗଡ଼ବଡ଼ ହେବା ।
– ଯୌନ ଇଚ୍ଛାରେ ହ୍ରାସ ।
– ବାରମ୍ବାର ମୁଣ୍ଡବିନ୍ଧା ।
– ପିଠି ଯନ୍ତ୍ରଣା ।
– ଜଲଦୀ ଜଲଦୀ ନିଶ୍ୱାସ ନେବା ।
– ସ୍ମରଣ ଶକ୍ତି ଦୁର୍ବଳ ହେବା ।

ଟେନସନରୁ ମୁକ୍ତ ରହିବାର ସହଜ ଉପାୟ :-

-ସର୍ବପ୍ରଥମେ ଆପଣ ଟେନସନର କାରଣ ଖୋଜନ୍ତୁ ।
-ସମସ୍ୟା ଅପେକ୍ଷା ସମାଧାନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
-କିଛି ଦିନ କାମରୁ ବ୍ରେକ୍ ନେବା ଉଚିତ୍ ।
-ଛୁଟିଦିନରେ ବାହାରକୁ ଯାଆନ୍ତୁ ।
-ନିଜକୁ ବୁଝାଇବାକୁ ପାଇଁ ସମୟ ନିଅ ।
-ଯାହା ତୁମକୁ ଖୁସି ଦିଏ, ତାହା କର ।
– ମେଡିଟେସନର ସାହାଯ୍ୟ ନିଅ ।
-ନିଜ ପ୍ରିୟ ଲୋକଙ୍କ ସହିତ ସମୟ ବିତାନ୍ତୁ ।
-ଜୀବନକୁ ମୂଲ୍ୟବାନ ଭାବନ୍ତୁ ଏବଂ ବିଶ୍ୱାସ କରନ୍ତୁ ଯେ ଜୀବନ ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।
-କମ୍ ମସଲାଯୁକ୍ତ ଏବଂ ତେଲିଆ ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.