fbpx

ଅମର ସହିଦ୍ ଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Maa Tujhe Salam

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସୁରକ୍ଷା ପାଇଁ ପ୍ରତିଟି କ୍ଷଣ ତତ୍ପର ରହି ସୀମାରେ ସୁରକ୍ଷା ଦେଉଛନ୍ତି ବୀର ଯବାନ । ଖରା ହେଉକି ବର୍ଷା ହେଉ ପୁଣି ହେଉ ଅବା ମାଇନସ୍ ଡ୍ରିଗୀ ତାପମାତ୍ରା । ସବୁ ପରିସ୍ଥିତିରେ ଦେଶ ପାଇଁ ନିଜ କର୍ତ୍ତବ୍ୟକୁ ପୂରା କରୁଛନ୍ତି ଦେଶର ବୀର ଯବାନ ।

ବୀର ଯବାନମାନେ ନିଜ ଦେଶ ପାଇଁ ଅନେକ ବଳିଦାନ ମଧ୍ୟ ଦେଉଛନ୍ତି । ଏହି ବୀର ଯବାନମାନେ ନିଜ ଦେଶ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନ ଦେବାପାଇଁ ମଧ୍ୟ କେବେବି ଦେଇନାହାଁନ୍ତି ପଛଘୁଞ୍ଚା । ଆଉ ସ୍ୱାଧୀନତା ଦିବସ ଅବସରରେ “ଓଡ଼ିଶା ଭାସ୍କର’ ତରଫରୁ ଏହିଭଳି କିଛି ବୀର ଯବାନଙ୍କ ପରିବାରକୁ ସମ୍ମାନୀତ କରିବାକୁ ଯାଉଛି ଓଡ଼ିଶା ଭାସ୍କର ।

ସୋମବାର ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ଆଉ ସ୍ୱାଧୀନତାର ଏହି ପବିତ୍ର ଅବସରରେ ଏହି ବୀର ଶହୀଦଙ୍କ ବଳିଦାନର ସ୍ମୃତିଚାରଣ କରିବା ତଥା ଏହି ବୀର ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ “ଓଡ଼ିଶା ଭାସ୍କର’ ଆୟୋଜନ କରୁଛି ” ମା’ ତୁଝେ ସଲାମ୍” । ଓଡ଼ିଶାରେ “ଓଡ଼ିଶା ଭାସ୍କର’ ପରିବାର ତରଫରୁ ସେହିଭଳି କିଛି ବୀର ଶହୀଦ ଯବାନଙ୍କ ପରିବାରକୁ ସମ୍ମାନିତ କରାଯିବ, ଯେଉଁମାନେ ନିଜ ଦେଶର ସୁରକ୍ଷା ପାଇଁ ଦେଇଛନ୍ତି ବଡ଼ ବଳିଦାନ, ଆଉ ଦେଶ ପାଇଁ ହୋଇଯାଇଛନ୍ତି ଶହୀଦ ।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ରମ କେବଳ ଚଳିତ ବର୍ଷ ନୁହେଁ ଦୀର୍ଘ ୧୨ ବର୍ଷ ଧରି ଓଡ଼ିଶା ଭାସ୍କର ତରଫରୁ ଜାରି ରହିଛି ଏହି ପ୍ରୟାସ । ଆଉ ସ୍ୱାଧୀନତା ଦିବସ ଅବସରରେ ଚଳିତ ବର୍ଷ ଭୁବନେଶ୍ୱରଠାରେ ଆୟୋଜିତ “” ମା’ ତୁଝେ ସଲାମ୍” କାର୍ଯ୍ୟକ୍ରମରେ ୫ ଜଣ ଶହୀଦଙ୍କ ପରିବାରକୁ ସମ୍ମାନୀତ କରାଯିବ ।

 

Get real time updates directly on you device, subscribe now.