fbpx

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିତାମାତାଙ୍କ ବିବାହିତ ଝିଅମାନେ କ୍ଷତିପୂରଣ ପାଇବାକୁ ହକଦାର୍: ହାଇକୋର୍ଟ

ବେଙ୍ଗାଲୁରୁ: ଦୁର୍ଘଟଣାରେ ଯଦି ପିତା-ମାତାଙ୍କର ମୃତ୍ୟୁ ହୁଏ, ତେବେ ବୀମା କମ୍ପାନୀରୁ କ୍ଷତିପୂରଣ ପାଇବାକୁ ତାଙ୍କ ବିବାହିତ ଝିଅ ହକଦାର ବୋଲି କର୍ଣ୍ଣାଟକର ହାଇକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାହିତ ପୁଅମାନେ ମଧ୍ୟ ଏହି ମାମଲାରେ କ୍ଷତିପୂରଣ ପାଇବାକୁ ହକଦାର ।

ହାଇକୋର୍ଟ କହିଛନ୍ତି ଯେ, ‘ବିବାହିତ ପୁଅ ଓ ଝିଅଙ୍କ ମଧ୍ୟରେ ଭେଦଭାବ କରିପାରିବେ ନାହିଁ କୋର୍ଟ । ତେଣୁ ମୃତକଙ୍କ ବିବାହିତ ଝିଅମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ସ୍ୱୀକାର କରାଯିବନି । । ଜଷ୍ଟିସ ଏଚ୍ ପି ସାନ୍ଦେଶଙ୍କ ଗୋଟିଏ ବେଞ୍ଚ ଏକ ବୀମା କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ।

ତେବେ ୧୨ ଏପ୍ରିଲ୍ ୨୦୧୨ ରେ ଉତ୍ତର କର୍ଣ୍ଣାଟକର ୟମନୁର ନିକଟରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରେଣୁକା (୫୭) ଙ୍କ ବିବାହିତ ଝିଅମାନଙ୍କୁ କ୍ଷତିପୂରଣ ଦେବାକୁ ଏହି ଆବେଦନକୁ ଚ୍ୟାଲେଞ୍ଜ କରାଯାଇଥିଲା । ରେଣୁକାଙ୍କ ସ୍ୱାମୀ, ତିନି ଝିିଅ ଏବଂ ଗୋଟିଏ ପୁଅ କ୍ଷତିପୂରଣ ଦାବି କରିଥିଲେ । ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ପରିବାର ସଦସ୍ୟଙ୍କୁ ବାର୍ଷିକ ସୁଧ ହାର ସହିତ ୫,୯୧,୬୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୀମା କମ୍ପାନୀ ଏହି ନିର୍ଦ୍ଦେଶରେ ହାଇକୋର୍ଟରେ ଚ୍ୟାଲଞ୍ଚ କରି ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଥିଲା କି ବିବାହିତ ଝିଅମାନେ କ୍ଷତିପୂରଣ ପାଇଁ ଦାବି କରିପାରିବେ ନାହିଁ । ସେମାନେ ନିର୍ଭରଶୀଳ ନୁହଁନ୍ତି ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ ରହିଥିଲା । ଅବଶ୍ୟ ବୀମା କମ୍ପାନୀର ଏହି ଦଲିଲକୁ କୋର୍ଟ ଖାରଜ କରିଛନ୍ତି ।

Get real time updates directly on you device, subscribe now.