fbpx

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । କ୍ରମଶଃ କରୋନା ଗ୍ରାଫ ରେ ପରିବର୍ତ୍ତନ ଦେଖା ଦେଇଛି । ରାଜ୍ୟ ରେ କରୋନା ସ୍ଥିତି ରେ ବର୍ତମାନ ଟିକେ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୨୬ ଜଣ ସଂକ୍ରମିତ ରହିଛନ୍ତି । ଦେଖିବାକୁ ଗଲେ ରାଜ୍ୟ ରେ ୧୮ ବର୍ଷ ରୁ କମ ସଂକ୍ରମଣ କମିବାର ନା ନେଉ ନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୧୭୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

 

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ଜଣ,ବାଲେଶ୍ୱରରୁ ୧୦ ଜଣ,ବରଗଡ ଜିଲ୍ଳାରୁ ୨୨ ଜଣ,ଭଦ୍ରକ ଜିଲ୍ଲାରୁ ୨ଜଣ,ବଲାଙ୍ଗୀର ରୁ ୩୬ ଜଣ,ବୌଦ୍ଧରୁ ୫ଜଣ,କଟକରୁ ୧୪ଜଣ,ଦେଓଗଡରୁ ୪ଜଣ, ଗଜପତିରୁ ୬ଟି,ଗଞ୍ଜାମରୁ ୧ଜଣ, ଜଗତସିଂପୁର ୩, ଯାଜପୁରରୁ ୭ ଜଣ, ଝାଡସୁଗୁଡାରୁ ୭ଜଣ,କଳାହାଣ୍ଡିରୁ ୩୯ ଜଣ,କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡାରୁ ୧ଜଣ, କେନ୍ଦୁଝର ରୁ ୧୧ ଜଣ. ଖୋର୍ଦ୍ଧାରୁ ୭୭ ଜଣ,କୋରାପୁଟରୁ ୨ ଜଣ,ମୟୁରଭଞ୍ଜରୁ ୪୦ ଜଣ,ନବରଙ୍ଗପୁରର ୨୩ଜଣ,ନୟାଗଡରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୩୮ଜଣ,ପୁରୀରୁ ୧ଜଣ, ରାୟଗଡାରୁ ୯ଜଣ,ସମ୍ବଲପୁରର ୨୨ ଜଣ, ସୋନପୁରର୧୭ ଜଣ,ସୁନ୍ଦରଗଡରୁ ୧୩୭ ଜଣ , ଷ୍ଟେଟପୁଲରୁ ୧୭ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୪୪୦୭ ଟି ଆକ୍ଟିଭ କେସ ରହିଥିବା ବେଳେ୧୩୦୮୧୬୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୮୭୪୫୯୦ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.