fbpx

ମହିଳା ଅଗ୍ନିବୀର ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଓଡ଼ିଶାରେ କେବେ ଓ କେଉଁଠାରେ ହେବ ନିଯୁକ୍ତି ରାଲି?

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଅଧିନରେ ଅଗ୍ନିବୀରଙ୍କୁ ନିଯୁକ୍ତି କରାଯାଉଛି । ଏହି ପର୍ଯ୍ୟାୟରେ ମହିଳା ଅଗ୍ନିବୀର ନିଯୁକ୍ତିକୁ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏପରି ପରିସ୍ଥିତିରେ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୱୋବସାଇଟ joinindianarmy.nic.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । Join Indian Army ପକ୍ଷରୁ ମହିଳାଙ୍କ ଅଗ୍ନିବୀର ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ରାଲିର ସ୍ଥାନ ଏବଂ ତାରିଖ ବିଷୟରେ ସୂଚନା ଦିଆଯାଇଛି । ପ୍ରାର୍ଥୀମାନେ ପ୍ରଥମେ ୱେବସାଇଟରେ ନିଯୁକ୍ତି ବିବରଣୀ ଯାଞ୍ଚ କର ଓ ତା’ପରେ ଆବେଦନ ଫର୍ମ ପୂରଣ କର ବୋଲି ପରାମର୍ଶ ଦିଆଯାଇଛି ।

ମହିଳା ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୯ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହୋଇଛି । ଏଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୭ ସେପ୍େଟମ୍ବର ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ମହିଳା ପ୍ରାର୍ଥୀମାନେ ୱେବସାଇଟରେ ସେମାନଙ୍କର ରାଜ୍ୟ ଅନୁସାରେ ରାଲିର ବିବରଣୀ ୱେବସାଇଟରେ ଦେଖିପାରିବେ ।

ଏପରି କରନ୍ତୁ ଆବେଦନ :-
– ମହିଳା ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍- joinindianarmy.nic.inକୁ ଯିବାକୁ ପଡିବ ।
– ୱେବସାଇଟର ହୋମପେଜରେ Latest Recruitment ଲିଙ୍କକୁ ଯାଆନ୍ତୁ ।
– ଏହା ପରେ REGISTRATION OF WOMEN MILITARY POLICE RALLY WILL COMMENCE ON 09 AUG 2022 ଲିଙ୍କକୁ ଯାଆନ୍ତୁ ।
– ଏବେ ନିଜ ଡିଟେଲ୍ସ ଦେଇ ପଞ୍ଜିକରଣ କରନ୍ତୁ ।
– ପଞ୍ଜୀକରଣ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
– ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ପ୍ରିଣ୍ଟ ଆଉଟ୍ ବାହାର କରନ୍ତୁ ।

କେଉଁଠାରେ ଏବଂ କେବେ ରାଲି ଅନୁଷ୍ଠିତ ହେବ?

-ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା ପାଇଁ ଲଖନଉ ହେଡ କ୍ୱାର୍ଟରରେ ୩୦ ନଭେମ୍ବରରୁ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ଦିଲ୍ଲୀ, ହରିୟାଣା ଏବଂ ହିମାଚଳ ପ୍ରଦେଶର ସମସ୍ତ ଜିଲ୍ଲା ପାଇଁ ଅମ୍ବାଲା ହେଡ କ୍ୱାର୍ଟରରେ ୦୭ ନଭେମ୍ବରରୁ ୧୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ବିହାର ଏବଂ ଝାଡଖଣ୍ଡର ସମସ୍ତ ଜିଲ୍ଲା ପାଇଁ ଦାନପୁରର ହେଡ କ୍ୱାର୍ଟରରେ ୨୦ ଅକ୍ଟୋବର ୨୦୨୨ ହେବ ରାଲି ।
– ମଧ୍ୟପ୍ରଦେଶ ଏବଂ ଛତିଶଗଡର ସମସ୍ତ ଜିଲ୍ଲା ପାଇଁ ଜବଲପୁରର ହେଡ କ୍ୱାର୍ଟରରେ ୧୯ ଅକ୍ଟୋବରରୁ ୨୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ରାଜସ୍ଥାନର ସମସ୍ତ ଜିଲ୍ଲା ପାଇଁ ଜୟପୁରର ହେଡ କ୍ୱାର୍ଟରରେ ୧୪ ଡିସେମ୍ବରରୁ ୨୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ମେୱାତ ଏବଂ ପଲୱଲ ଜିଲ୍ଲାର ଆଇଆରଓ ଦିଲ୍ଲୀର ହେଡ କ୍ୱାର୍ଟରରେ ୦୭ ନଭେମ୍ବରରୁ ୧୧ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– କର୍ଣ୍ଣାଟକ ଏବଂ କେରଳର ସମସ୍ତ ଜିଲ୍ଲା ପାଇଁ ବାଙ୍ଗାଲୋରର ହେଡ କ୍ୱାର୍ଟରରେ ୦୧ ନଭେମ୍ବରରୁ ୦୩ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ପଞ୍ଜାବ, ଜାମ୍ମୁ କାଶ୍ମୀରର ସମସ୍ତ ଜିଲ୍ଲା ପାଇଁ ବେଙ୍ଗାଲୋର ହେଡ କ୍ୱାର୍ଟରରେ ୦୭ ଡିସେମ୍ବରରୁ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସମସ୍ତ ଜିଲ୍ଲା ପାଇଁ ଚେନ୍ନାଇର ହେଡ କ୍ୱାର୍ଟରରେ ୨୭ ରୁ ୨୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
ପଶ୍ଚିମବଙ୍ଗ ଏବଂ ଓଡିଶାର ସମସ୍ତ ଜିଲ୍ଲା ପାଇଁ କୋଲକାତାର ହେଡ କ୍ୱାର୍ଟରରେ ୧୯ ଡିସେମ୍ବର ୨୦୨୨ ହେବ ରାଲି ।
– ମହାରାଷ୍ଟ୍ର ଏବଂ ଗୁଜୁରାଟର ସମସ୍ତ ଜିଲ୍ଲା ପାଇଁ ପୁଣେର ହେଡ କ୍ୱାର୍ଟରରେ ୦୬ ଡିସେମ୍ବରରୁ ୧୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।
– ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ମେଘାଳୟ ଉତ୍ତର ପୂର୍ବ ରାଜ୍ୟ ରସମସ୍ତ ଜିଲ୍ଲା ପାଇଁ ଶ୍ରୀଲାଙ୍ଗର ହେଡ କ୍ୱାର୍ଟରରେ ୨୫ ଅକ୍ଟୋବରରୁ ୩୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ହେବ ରାଲି ।

ତେବେ ପୁରୁଷ ଅଗ୍ନିବୀରଙ୍କ ପରି ମହିଳା ଅଗ୍ନିବୀର ମଧ୍ୟ ଚାରି ବର୍ଷ ପାଇଁ ନିଯୁକ୍ତି ପାଇବେ । ଚାରି ବର୍ଷ ପରେ କେବଳ ୨୫ ପ୍ରତିଶତ ମହିଳା ଅଗ୍ନିବୀର କର୍ମଚାରୀଙ୍କୁ ସାମରିକ ପୋଲିସରେ ସ୍ଥାୟୀ କରାଯିବ । ଏହି ରାଲିର ଆଡମିଟ୍ କାର୍ଡ ଆବେଦନକାରୀ ପ୍ରାର୍ଥୀଙ୍କୁ ଅକ୍ଟୋବର ୧୨ ରୁ ଅକ୍ଟୋବର ୩୧ ମଧ୍ୟରେ ପଞ୍ଜୀକୃତ ଇମେଲ ଆଇଡିରେ ପଠାଯିବ ।

Get real time updates directly on you device, subscribe now.