fbpx

(Video) ଶବସତ୍କାର କରିବାକୁ ଗଭୀର ନାଳ ପାର୍ କଲେ ପରିବାର ଲୋକେ…

ଧର୍ମଗଡ଼/ଗୋଲାମୁଣ୍ଡା, (ଭାସ୍କର ନ୍ୟୁଜ୍): ତୁହାକୁ ତୁହା ବର୍ଷାରେ ଫୁଲି ଉଠିଛି ଗାଁ ପାଖ ନାଳ । ଏକୂଳ ସେକୂଳ ପାଣି । କେମିତି ଶବ ପାର ହେବ? ସେ ଚିନ୍ତାରେ ପରିଜନ । ଯେମିତି ହେଲେ ବି ନେବାକୁ ହେବ । ଶ୍ମଶାନ ଯିବାକୁ ଆଉ ବିକଳ୍ପ ରାସ୍ତା ନାହିଁ । ନାଳ ପାର ହୋଇ ଯିବାକୁ ହେବ ନଦୀତଟ । ସେଇଠି ରହିଛି ଶ୍ମଶାନ । ଧୀରେ ଧୀରେ ବର୍ଷା ବଢି ଚାଲିଛି, ତା’ ସାଙ୍ଗେ ପ୍ରଖରସ୍ରୋତ । ତଥାପି ନିଜ ଛାତିକୁ ଦମ୍ଭ କରି ଶବ ବୋହି ବନ୍ଧୁ ପରିଜନ ନାଳ ପାର ହୋଇ ଆର ପାରିକୁ ନେଇଥିଲେ ଏବଂ ଶବସକ୍ରାର କରି ପୁଣି ସେହି ନାଳ ପାର କରି ଫେରିଥିଲେ ।

ଗଭୀର ନାଳର ପ୍ରଖରସ୍ରାତରେ ନିଜ ଜୀବନକୁ ବାଜି ଲଗାଇ ପରିଜନଙ୍କ ଶବ ସକ୍ରାର ପାଇଁ ନେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତ ବେହେରା ଗୁଡା ଗାଁ’ର ସନ୍ତ ରଣାଙ୍କ ମୃତ୍ୟୁ ଘଟିଥିଲା, ଆଉ ପରିବାର ଲୋକ ଶବସତ୍କାର ପାଇଁ ବିପଦପୂର୍ଣ୍ଣ ଭାବରେ ନାଳ ପାରି ହୋଇ ଯାଇଥିଲେ । ଯାହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଯେ, ପୂର୍ବରୁ ଗ୍ରାମବାସୀ ଶ୍ମଶାନ ଯିବାକୁ ରାସ୍ତା ନିର୍ମାଣ ପାଇଁ ଅନେକ ଥର ନେତା ପ୍ରଶାସନଙ୍କଠାରେ ଦାବି କରି ଆସୁଛନ୍ତି । ଏହି ନାଳରେ ଏକ ପୋଲ ନିର୍ମାଣ ସକାଶେ ମଧ୍ୟ ଦୀର୍ଘଦିନରୁ ପୂର୍ବତନ ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ ଅନେକ ଥର ଗୁହାରି କରିଥିଲେ ମଧ୍ୟ କୋଣସି କାର୍ଯ୍ୟକାରୀ ହୋଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ଅନେକ ଥର ବିଭିନ୍ନ ଖବର କାଗଜରେ ପ୍ରକାଶପାଇଥିଲେ ମଧ୍ୟ କିଏ ଏଥ୍ରିତି ଦୃଷ୍ଟି ଦେଉ ନାହାନ୍ତି ବୋଲି କୁହାଯାଉଛି । ହେଲେ ଗୁହାରି ଶୁଣିବାର ଦୂରର କଥା ନେତା ମନ୍ତ୍ରୀ ଓ ପ୍ରଶାସନଙ୍କ ଦେଖା ମିଳୁ ନ ଥିବା ଗାଁ ଲୋକେ ଅଭିଯୋଗ କରଛନ୍ତି ।

Get real time updates directly on you device, subscribe now.