fbpx

ବାତିଲ୍ ହେଲା ଅଗ୍ନିଶମ କର୍ମଚାରୀଙ୍କ ଛୁଟି, ବର୍ଷା ସ୍ଥିତିକୁ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ  

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ରାଜ୍ୟର ସମସ୍ତ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଥିବାନେଇ ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଜଳବନ୍ଦୀ ଅଞ୍ଚଳଗୁଡ଼ିକରେ ଜଣେ ଲେଖାଏଁ ଅଫିସର ନିୟୋଜିତ ରହିବେ ।

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବାବେଳେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ସେପଟେ ମିଳିଥିବା ସଦ୍ୟ ସୂଚନା ଅନୂଯାୟୀ, ବଙ୍ଗୋପସାଗରରେ ଲଘୁଚାପ ସୁଦୃଶ୍ୟ ରୂପ ନେଇଛି । ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.