ନୂଆଦିଲ୍ଲୀ, ୫ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । ୧୦୯ ମୃତକଙ୍କ ମଧ୍ୟରୁ ୭୩% ପୁରୁଷ ଥିବା ବେଳେ ୨୭% ମହିଳା ଅଛନ୍ତି । ମୃତକଙ୍କ ମଧ୍ୟରୁ ୬୩% ଲୋକ ୬୦ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି । ୪୦ରୁ ୬୦ବର୍ଷ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୩୦% ରହିଛି । ୪୦ବର୍ଷରୁ କମ୍ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୭% ରହିଛି । ଡାଇବେଟିସ୍, କିଡ଼ନୀ ଓ ହୃଦରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୮୬% ରହିଛି ବୋଲି ସେ କହିଛନ୍ତି ।
Next Post