fbpx

ପିଜା ଖାଇଲେ କମ୍ ହୋଇଥାଏ ବୟସ : ରିସର୍ଚ୍ଚରୁ ଆସିଲା ଏପରି ତଥ୍ୟ

ସମସ୍ତେ ଜୀବନରେ ଅଧିକ ଦିନ ବଞ୍ଚିବା ସହ ସେମାନେ ନିଜ ଜୀବନକୁ ଉପଭୋଗ କରିବାକୁ ମଧ୍ୟ ଚାହିଁଥାନ୍ତି । କିନ୍ତୁ ବିଜ୍ଞାନ କହେ ମଣିଷର ବୟସ ସିମା ତାର ଜୀବନଶୈଳୀ ଉପରେ ନିର୍ଭର କରେ । ଯଦି କାହାର ଜୀବନଶୈଳୀ ଭଲ ଅଛି ସେ ଅଧିକ ଦିନ ବଞ୍ଚିଥାଏ । କିନ୍ତୁ ଯଦି କାହାର ଖରାପ ଜୀବନଶୈଳୀ ଅଛି ତେବେ ତାର ବୟସ ସୀମା କମ୍ ହୋଇପରେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଖାଉଥିବା ଖାଦ୍ୟ ଆମ ବୟସ କମ୍ କରିବାର କାରଣ ମଧ୍ୟ ହୋଇଥାଏ । ଖାସ୍ କରି ଆପଣ ଯଦି ପିଜା ଖାଉଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ପିଜା ଆମ ବୟସ ସୀମାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ପିଜା ଖାଇବା ଦ୍ୱାରା କିପରି ଆମ ବୟସ ସିମା କମ୍ ହେବାର ଆଶଙ୍କା ରହିଥାଏ ।

ପିଜା କମାଇଥାଏ ବୟସ: ମିଶିଗନ ବିଶ୍ୱବିଦ୍ୟାଳୟର କିଛି ଗବେଶକମାନେ ଖାଦ୍ୟର କିଛି ଜିନିଷ ଓ ଶରୀର ଉପରେ ଏହାର ପ୍ରଭାବକୁ ନେଇ ଏକ ରିସର୍ଚ୍ଚ କରିଥିଲେ । ଯେଉଁଥିରୁ ଜଣା ପଡିଥିଲା ଯେ, ଏପରି କିଛି ଖାଦ୍ୟ ଅଛି ଯାହା ଦ୍ୱାରା ମଣିଷର ବୟସ କିଛି ମିନଟ୍ ବଢିଥିବା ବେଳେ ଆଉ କିଛି ଖାଦ୍ୟ ପାଇଁ ମଣିଷର ବୟସ କିଛି ମିନିଟ୍ କମିଥାଏ । ଯଦି କୌଣସି ବ୍ୟକ୍ତି ପ୍ରତି ଦିନ କିଛି ବଦାମ ଖାଆନ୍ତି ତେବେ ସେମାନଙ୍କ ବୟସ ୨୬ ମିନିଟ୍ ବଢିଥାଏ । ସେହିପରି ଯଦି କୌଣସି ବ୍ୟକ୍ତି ପିଜା କିମ୍ବା ଜଙ୍ଗ ଫୁଡ୍ ଖାଇଥାନ୍ତି ତେବେ ସେମାନଙ୍କ ବୟସ ୩୬ ମିନିଟ୍ କମ ହୋଇଥାଏ । ତେବେ ପିଜା ବ୍ୟତୀତ ଅନ୍ୟ ଜଙ୍ଗଫୁଡ୍ ଖାଇବା ଦ୍ୱାରା ମଧ୍ୟ ମଣିଷର ବୟସ ସୀମା ହ୍ରାସ ହୋଇଥାଏ ।

Get real time updates directly on you device, subscribe now.