fbpx

ଏସିଆ କପରେ ‘Man of The Tournament’ ହୋଇ ପାରନ୍ତି ଏହି ୫ ଜଣ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ୬ଟି ଦଳ ଭାଗ ନେଉଥିବା ବେଳେ ଏମାନଙ୍କ ମଧ୍ୟରେ ହେବ କଡା ଟକ୍କର । ଏସିଆର ରାଜା ହେବା ପାଇଁ ପରସ୍ପର ସହ ଲଢିବେ ଏହି ଟିମ । ତେବେ ୬ଟି ଯାକ ଦଳରେ ଅନେକ ଷ୍ଟାର ଖେଳାଳି ରହିଛନ୍ତି, ଯେଉଁମାନେ କ୍ରିଜରେ ଖୁବ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ମ୍ୟାଚକୁ ବଦଳେଇ ପାରନ୍ତି । ତେବେ ଏଭଳି କିଛି ସୁପରଷ୍ଟାର ଖେଳାଳିମାନଙ୍କ ମଧ୍ୟରୁ କିଏ ଚଳିତବର୍ଷ ଏସିଆ କପର “ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ’ଟାଇଟଲ ହାସଲ କରିବେ? ଆସନ୍ତୁ ଜାଣିବା ଏହି ତାଲିକାରେ ଥିବା ଖେଳାଳି ।

Asia Cup 2022 Schedule Announced, IND vs PAK on Aug 28

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଜବରଦସ୍ତ ଫର୍ମରେ ଥିବା ସୂର୍ଯ୍ୟକୁମାର ଡେବ୍ୟୁ ଦିନରୁ ହିଁ ଖୁବ ସୁନ୍ଦର ପ୍ରଦର୍ଶନ ଜାରି ରଖିଛନ୍ତି । ଆଇସିସିର ନୂଆ ଟି-୨୦ ରାଙ୍କିଙ୍ଗରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ପରେ ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସୂର୍ଯ୍ୟକୁମାର । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ ଯୋଗୁଁ ସେ ଏସିଆ କପରେ ଏହି ଟାଇଟଲ ପାଇଁ ଦାବିଦାର ପାଲଟିଛନ୍ତି ।

Suryakumar finally scores big on Windies tour as India win by seven wickets  in 3rd T20I

ଏହାପରେ ପାକିସ୍ତାନର ଅଧିନାୟକ ବାବର ଆଜମ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଡେବ୍ୟୁ ପରଠାରୁ ନିଜ ବ୍ୟାଟିଂର ଯାଦୁରେ ସମସ୍ତଙ୍କୁ ପ୍ରଭାବିତ କରି ଚାଲିଛନ୍ତି ବାବର । ତାଙ୍କର ଦମଦାର ଫର୍ମ ଏବଂ ବ୍ୟାଟିଂ ଷ୍ଟାଇଲରେ ସେ କୌଣସି ମ୍ୟାଚର ମୋଡ ପରିବର୍ତ୍ତନ କରିପାରନ୍ତି । ତେଣୁ ଏସିଆ କପରେ ଧୂଆଁଧାର ବ୍ୟାଟିଂ କରି ସେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ବନି ପାରନ୍ତି ।

Babar Azam: pride of Pakistan

ଏହି ତାଲିକାରେ ତୃତୀୟ ସ୍ତାନରେ ରହିଛନ୍ତି ଆଫଗାନିସ୍ତାନର ସ୍ପିନର ରାଶିଦ ଖାନ । ଚଳିତବର୍ଷ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ଦଳ ପାଇଁ ଏକ ବଡ ସମସ୍ୟ ହୋଇ ଠିଆ ହୋଇ ପାରନ୍ତି ରାଶିଦ । ସ୍ପିନର ଯାଦୁରେ ଦଳକୁ ହାରିଯାଇଥିବା ମ୍ୟାଚକୁ ଜିତାଇବାର ସେ କ୍ଷମତା ରଖିଛନ୍ତି । ତେଣୁ ଅଧିକରୁ ଅଧିକ ୱିକେଟ ନେଇ ଏସିଆ କପରେ ନିଜ ଛାପ ଛାଡିପାରନ୍ତି ରାଶିଦ ଖାନ ।

Rashid Khan steps down as Afghanistan captain after ACB names T20 WC squad  | Sports News,The Indian Express

ଏହି ଟାଇଟଲ ପଛରେ ପଡିଥିବା ଖେଳାଳିମାନଙ୍କ ତାଲିକାରେ ବିଶେଷ ପଛରେ ନାହାନ୍ତି ଶ୍ରୀଲଙ୍କାର ଷ୍ଟାର ସ୍ପିନର ୱାନିନ୍ଦୁ ହସରଙ୍ଗା । ବଡ ଟୁର୍ଣ୍ଣାମେଣ୍ଟରେ ଖାସ ପ୍ରଦର୍ଶନ କରି ପାରି ନଥିଲେ ବି ତାଙ୍କ ପାଖରେ ସେହି କଳା ଭରପୂର ହୋଇ ରହିଛି । ସ୍ପିନ ବୋଲିଂ କରିବା ସହିତ ଟେଲ ଏଣ୍ଡର ଭାବରେ ଦମଦାର ବ୍ୟାଟିଂ ମଧ୍ୟ କରିବାରେ ମାହିର ହସରଙ୍ଗା । ତେଣୁ ସେ ଏହି ଟ୍ରଫିକୁ ନିଜ ନାମରେ କରିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

Excited and honoured': Wanindu Hasaranga on being part of RCB squad for IPL  2021 | Cricket - Hindustan Times

ଶେଷରେ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଏହି ତାଲିକାରେ ସାମିଲ ହୋଇଛନ୍ତି । ଜବରଦସ୍ତ ଫର୍ମରେ ଥିବା ବେଳେ ଆଫ୍ରିଦି ପାୱାରପ୍ଲେରେ ୱିକେଟ ନେବାରେ ଖୁବ ମାହିରତୀ ହାସଲ କରିଛନ୍ତି । ଖୁବ କମ୍ ସମୟ ମଧ୍ୟରେ ଦୁନିଆର ବେଷ୍ଟ ବୋଲରମାନଙ୍କ ତାଲିକାରେ ସ୍ଥାନ ପାଇ ସାରିଛନ୍ତି ଶାହୀନ । ତାଙ୍କର ବୋଲିଂର ଯାଦୁ ବଳରେ ସେ ଏସିଆ କପରେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଟାଇଟଲକୁ ନିଜ ନାମରେ କରିପାରନ୍ତି ।

Shaheen Afridi Ind Vs Pak: एशिया कप से पहले पाकिस्तान को झटका, भारत के  खिलाफ शाहीन आफरीदी का खेलना मुश्किल! - Shaheen afridi fitness india vs  Pakistan t20 match asia cup babar

Get real time updates directly on you device, subscribe now.