fbpx

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ କୃପା ପାଇଁ କରନ୍ତୁ ଏହି କାମ: ଭଗବାନଙ୍କୁ ଅର୍ପଣ କରନ୍ତୁ ତାଙ୍କର ପ୍ରିୟ ଜିନିଷ

ଓଡିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ଦିନ ରୋହିଣୀ ନକ୍ଷତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ । ଏହି ଦିନ ଭକ୍ତମାନେ ଭାବରେ ଭାବରେ ହଜି ଯାଆନ୍ତି ଆଉ ଭଜନ କୀର୍ତ୍ତନ ମଧ୍ୟ ହୋଇଥାଏ । ରାତିରେ ଉଜାଗର ମଧ୍ୟ ପାଳନ କରାଯାଏ । ଏହିଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ପାଇବା ପାଇଁ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରାଯାଇଥାଏ । ଆପଣ ମଧ୍ୟ ଜୀବନର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହା ଅର୍ପଣ କରି ପାରନ୍ତି ।

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ବଂଶୀ ଶ୍ରୀକୃଷ୍ଣର ଏକ ପ୍ରିୟ ଜିନିଷ । ବାସ୍ତୁ ଅନୁସାରେ ଘରେ ବଂଶୀ ରଖିବା ଦ୍ୱାରା ଏହା ଶୁଭ ହୋଇଥାଏ । କୁହାଯାଏ ଯଦି ଘରେ କାଠ, ବାଉଁଶ, ଚନ୍ଦନ, ପିତଳ କିମ୍ବା ସୁନା-ଚାନ୍ଦିର ବଂଶୀ ରଖିବା ଦ୍ୱାରା ସକରାତ୍ମକ ଚିନ୍ତାଦାରା ସଞ୍ଚାର ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ରୂପାର ବଂଶୀ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ବ୍ୟବସାୟୀ ଖୁବ ଶୀଘ୍ର ସଫଳତା ହାସଲ କରିଥାଏ ।

ଶାସ୍ତ୍ର ଅନୁସାରେ, ଶ୍ରୀକୃଷ୍ଣଙ୍କୁ ବଂଶୀ ପ୍ରିୟ ହୋଇଥିବାରୁ ତାଙ୍କୁ ବଂଶୀଧର, ମୁରଲୀଧର ଇତ୍ୟାଦି ନାମରେ ପୂଜା କରିଥାନ୍ତି ଭକ୍ତ । ଏଥିପାଇଁ ମୁରଲୀ ଏବଂ ବଂଶୀକୁ ଶୁଭ ପ୍ରତୀକରେ ମଧ୍ୟ ସାମିଲ କରାଯାଇଛଇ । ତେବେ ଜନ୍ମାଷ୍ଟମୀ ପରି ପବିତ୍ର ତିଥିରେ ଶ୍ରୀକୃଷ୍ଣଙ୍କୁ ରୂପା ବଂଶୀ ଅର୍ପଣ କରିବା ଶୁଭ ବୋଲି ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି । କୁହାଯାଏ ଏମିତି କରିବା ଦ୍ୱାରା ମଣିଷ ଜୀବନରେ ଖୁବ ସଫଳ ହୋଇଥାଏ ଏବଂ ପରିବାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ବଂଶୀକୁ ଘରେ ରଖାଯାଏ, ଏହାଦ୍ୱାରା ବ୍ୟକ୍ତିଙ୍କୁ ଚାକିରି ତଥା ବ୍ୟବସାୟରେ ସଫଳତା ମିଳିଥାଏ । ସେହିପରି ପୂଜା ହୋଇଥିବା ବଂଶୀକୁ ଘରେ ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଛୋଟ ରୂପା ବଂଶୀ ମଧ୍ୟ ଶ୍ରୀକୃଷ୍ଣଙ୍କ ଅର୍ପଣ କରି ନିଜ ପର୍ସରେ ରଖିପାରିବେ ।

Get real time updates directly on you device, subscribe now.