fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଘର ନିର୍ମାଣ, ଘର ଓ ଫ୍ଲାଟ କିଣିିବା ହେଲା ସହଜ, ସରକାରୀ କର୍ମଚାରୀଙ୍କୁ କମ ସୁଧରେ ମିଳିବ ହୋମ୍ ଲୋନ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏହାର ଫାଇଦା ସମସ୍ତ କର୍ମଚାରୀ ଉଠାଇ ପାରିବେ । ଘର ନିର୍ମାଣ ପାଇଁ କର୍ମଚାରୀମାନେ ବିଲ୍ଡିଂ ଆଡଭାନ୍ସ (ଏଚବିଏ)ରେ ବେନିଫିଟ୍ ପାଇପାରିବେ । କର୍ମଚାରୀଙ୍କ ପାଇଁ ହୋମ୍ ଲୋନ୍ ୭.୯ ପ୍ରତିଶତରୁ ୭.୧ ପ୍ରତିଶତକୁ ହ୍ରାସ ପାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଅଫିସ ମେମୋରାଣ୍ଡମ ଜାରି କରାଯାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ, କର୍ମଚାରୀଙ୍କୁ ଏହାର ଫାଇଦା ୨୦୨୨ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ମିଳିବ । ଘର ନିର୍ମାଣ, ଘର ବା ଫ୍ଲାଟ କିଣିବା ପାଇଁ ବ୍ୟାଙ୍କର ହୋମ ଲୋନ୍ ସୁଧ ହାର ୦.୮ ପ୍ରତିଶତ ହ୍ରାସ କରାଯାଇଛି । ଏଣିକି କର୍ମଚାରୀଙ୍କ ପାଇଁ ଘର ନିର୍ମାଣ ପୂର୍ବାପେକ୍ଷା ସହଜ ହୋଇଯିବ । ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ କର୍ମଚାରୀମାନେ ଏହାର ଫାଇଦା ଉଠାଇ ପାରିବେ ।

ଆଡଭାନ୍ସ ସୁଧ ହାର ହ୍ରାସ ନେଇ ମନ୍ତ୍ରଣାଳୟ ପକ୍ଷରୁ ମେମୋରାଣ୍ଡମ ଜାରି କରି ସୂଚନା ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, କର୍ମଚାରୀମାନେ କେତେ ଟଙ୍କା ଆଡଭାନ୍ସ ନେଇପାରିବେ । କେନ୍ଦ୍ରୀୟ କର୍ମଚାରୀମାନେ ମୂଳ ବେତନ ହିସାବରେ ୩୪ ମାସ ପର୍ଯ୍ୟନ୍ତ ବା ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ ।

Get real time updates directly on you device, subscribe now.