ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜନୀତିକୁ ନେଇ ଯେତିକି ଚର୍ଚ୍ଚିତ, ଗୋସବୋ ପାଇଁ ମଧ୍ୟ ଖୁବ୍ ପ୍ରସିଦ୍ଧ । ଆଉ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଯୋଗୀଙ୍କ ଗୋଟିଏ ଡାକରେ ତାଙ୍କ ପାଖକୁ ଦୌଡ଼ି ଆସୁଛନ୍ତି ନନ୍ଦୀ ଏବଂ ବାଛୁରୀ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋସେବା ପାଇଁ ଖୁବ୍ ପରିଚିତ । ଗୋବଂଶ ପ୍ରତି ତାଙ୍କର ସ୍ନେହର ପ୍ରଭାବ ଯେ ତାଙ୍କର ଗୋଟିଏ ଡାକରେ ଗୋରଖନାଥ ମନ୍ଦିରର ଗୋଶାଳାରେ ଥିବା ଗୋବଂଶ ଦୌଡ଼ି ଚାଲି ଆସୁଛନ୍ତି ।
ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ସକାଳେ ମନ୍ଦିରର ଗୋଶଳାରେ ପହଞ୍ଚିଥିଲେ ଯୋଗୀ, ଆଉ ଯେତେବେଳେ କେବଳ ଗୋଟିଏ ଡାକ ଦେଇଥିଲେ, ନନ୍ଦୀ, ଗାଈ, ବାଛୁରୀ ଝୁମି ଝୁମି ତାଙ୍କ ପାଖକୁ ଆସିଯାଇଥିଲେ । ଯୋଗୀ ନିଜ ହାତରେ ତାଙ୍କୁ ଗୁଡ଼ ଏବଂ ଚଣା ଖାଇବାକୁ ଦେବା ସହ ସ୍ନେହ କରିଥିଲେ । ଯାହାର ଏକ ଭିଡିଓ ଏବେ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ମିନିଟ୍ ସେଠାରେ ରହିଥିଲେ ଏବଂ ସେ ଗୋଶାଳାର ଭ୍ରମଣ କରିଥିଲେ । ଦେଖନ୍ତୁ ଭିଡିଓ…
योगी की आवाज पर झूमते चले आए बछड़े, मुख्यमंत्री ने नंदी व बछड़ों को खिलाया गुड़-चना #YogiAdityanath pic.twitter.com/XWw5VK6QwF
— Zee News (@ZeeNews) August 19, 2022