fbpx

Vande Bharat Expressର ନୂଆ ଟ୍ରାଏଲ: ୧୧୫ କି.ମି/ଘଣ୍ଟା ବେଗରେ ଗଡୁଛି ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳ ତରଫରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ଆରମ୍ଭ ହୋଇଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନ ଟ୍ରାଏଲ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୋହାଲି ଏବଂ ସାହନେୱାଲ ପ୍ରଥମେ ଯାତ୍ରା ଆରମ୍ଭ କରିଛଇ ଏହି ଟ୍ରେନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟ୍ରେନର ସମସ୍ତ ଟ୍ରାଏଲ ଶେଷ ହେବାର ସମ୍ଭାବନା ରହିଛି । ତେବେ ଚେନ୍ନାଇରେ ଏହି ଟ୍ରେନର ଇଣ୍ଟ୍ରିଗ୍ରାଲ କୋଚ ଫ୍ୟାକ୍ଟ୍ରି ପ୍ରସ୍ତୁତ କରାଯାଇଛି । ଟ୍ରେନକୁ ୧୧୫ କି.ମି/ଘଣ୍ଟା ବେଗରେ ଚଲାଯାଇ ଏହାର ପରୀକ୍ଷଣ ହୋଇଛି ।

ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ମୋହାଲି-ସାହନେୱାଲ ଟେଷ୍ଟିଙ୍ଗ ଟ୍ରାକରେ ଏହି ଟ୍ରେନକୁ ୯୦ କି.ମି/ଘଣ୍ଟାରୁ ୧୨୦ କି.ମି/ଘଣ୍ଟା ବେଗରେ ଟ୍ରାଏଲ କରାଯିବ । ଏହାପରେ ରାଜସ୍ଥାନରେ ୧୮୦ କି.ମି/ଘଣ୍ଟା ବେଗରେ ଟ୍ରାଏଲ ବନ୍ଦେ ଭାରତ ଏକ୍ସପ୍ରେସର ଏହି ନୂଆ ଭର୍ସନ । ବେନ୍ଦ ଭାରତ ଟ୍ରେନର ଟ୍ରାଏଲ ପାଇଁ ବିଭିନ୍ନ ଗତିର ମାନ ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି ରେଳ ଅଧିକାରୀ । ଏହାସହିତ ଅଧିକ ଗତି ସମୟରେ ବ୍ରେକର ପ୍ରଭାବ ଜାଣିବା ପାଇଁ ଟ୍ରାଏଲ ସମୟରେ ଇମରଜେନ୍ସି ବ୍ରେକର ବ୍ୟବହାର ମଧ୍ୟ କରାଯିବ ।

ତେବେ ସମସ୍ତ ଟ୍ରାଏଲ ଶେଷ ହେବା ପରେ ସିଆରଏସ କ୍ଲିଅରାନ୍ସ ନିଆଯିବ ବୋଲି କହିଛନ୍ତି ରେଳ ମନ୍ତ୍ରଣାଳୟ । ଏ ସମସ୍ତ ପ୍ରକ୍ରିୟା ସଠିକ ସମୟରେ ଶେଷ ହେବା ନେଇ ଅନୁମାନ କରାଯାଉଛି । ଆସନ୍ତା ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳନ ହେବାକୁ ଯାଉଛି । ଦୁର୍ଗାପୂଜା, ନବରାତ୍ରୀ ଇତ୍ୟାଦି ଭଳି ପର୍ବରେ ଦେଶ ଉତ୍ସବ ମୁଖର ରହିବ । ତେଣୁ ଏହି ସମୟରେ ବନ୍ଦେ ଭାରତର ତୃତୀୟ ସଂସ୍କରଣକୁ ଆରମ୍ଭ କରିବା ପାଇଁ ଭରପୂର ଚେଷ୍ଟା ଜାରି ରଖିଛି ଇଣ୍ଡିଆନ ରେଲୱେ ।

Get real time updates directly on you device, subscribe now.