fbpx

କାନ୍ଥ ପଡି ୨ ମୃତ ୩ ଗୁରୁତର: ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଅଘଟଣ

ଭୂବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣି ପଶିଯିବା ସହ ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି । ତେବେ ଏହାରି ମଧ୍ୟରେ ବାଲିଆପାଳ ବ୍ଲକ ଖଗଡାପାଳ ଗାଁରେ ଘଟିଛି ଅଘଟଣ । କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଲ ଆହାତ ହୋଇଛନ୍ତି । ତେବେ ଗୁରୁତର ୨ଜଣଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା କାରଣରୁ ଶୋଇଥିବା ଅବସ୍ଥାରେ ଘର ଭାଙ୍ଗିଯାଇଥିଲା । ଯାହାଫଳରେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହାତ ହୋଇଥିଲେ । ସେଥିମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଥିଲେ ।

ଅନ୍ୟପକ୍ଷେ କେନ୍ଦୁଝର ଜିଲ୍ଲାରେ ମଧ୍ୟ କାନ୍ଥ ପଡି ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ସଦର ବ୍ଲକ ମହାଦେଇ ଯୋଡା ପଞ୍ଚାୟତ ଟିକରପଡା ଗାଁରେ ଘଟିଛି ଏଭଳି ଅଘଟଣ  । ଲଗାଣ ବର୍ଷା ଫଳରେ ଘର କାନ୍ଥ ଭୁଶୁୁଡି ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଛନ୍ତି । ।

 

Get real time updates directly on you device, subscribe now.