Asia Cup-2022 ରୁ ବିଦା ହେଲେ ଶାହିନ ଆଫ୍ରିଦି: ପାକିସ୍ତାନକୁ ହରାଇବା ଭାରତ ପାଇଁ ହେବ ସହଜ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ଜଣେ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଆହତ ଯୋଗୁଁ ଏସିଆ କପରୁ ବାଦ ପଡିଛନ୍ତି ପାକିସ୍ତାନର ଷ୍ଟାର ବୋଲର ଶାହୀନ ଆଫ୍ରିଦି । ଫଳରେ ପାକିସ୍ତାନକୁ ମାତ ଦେବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି । ଏସିଆ କପ୍ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ମଧ୍ୟ ସେ ବାଦ ପଡିଛନ୍ତି ।

India vs Pakistan LIVE: Shaheen Afridi ruled out of Asia Cup; Follow LIVE

ସୂଚନା ଅନୁସାରେ, ଗତ ମାସ ଗାଲେରେ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚରେ ଆହତ ହୋଇଥିଲେ ଶାହୀନ ଆଫ୍ରିଦି । ପ୍ରଥମ ଟେଷ୍ଟରେ ଫିଲ୍ଡିଂ କରିବା ସମୟରେ ଆଫ୍ରିଦିଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା । ଏପର୍ଯ୍ୟନ୍ତ ଏହି ଆହତ ସମସ୍ୟାରୁ ବାହାରି ପାରିନାହାନ୍ତି ଶାହୀନ । ତେବେ ନୂଆ ରିପୋର୍ଟ ଅନୁଯାୟୀ, ମେଡିକାଲ ଟିମ ଏବେ ଆଫ୍ରିଦିଙ୍କୁ ୪-୬ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ସେ ଏସିଆ କପ-୨୦୨୨ରୁ ବାଦ ପଡିଥିବା ନେଇ ସୂଚନା ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଏସିଆ କପ୍ ବ୍ୟତୀତ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ମଧ୍ୟ ସେ ବାଦ୍ ପଡିଛନ୍ତି । ତେବେ ଅକ୍ଟୋବରରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଟି-୨୦ ଟ୍ରାଇ ସିରିଜରେ ସେ ଦଳକୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ତାଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ଦିଆଯିବ ସେ ନେଇ ଖୁବ ଶୀଘ୍ର ବୋର୍ଡ ଘୋଷଣା କରିବ । ଟି-୨୦ରେ ଆଫ୍ରିଦିଙ୍କ ନାଁରେ ରହିଛି ଖୁବ ସୁନ୍ଦର ରେକର୍ଡ । ୪୦ ଟି-୨୦ରୁ ସେ ୪୭ ୱିକେଟ ହାସଲ କରିଛନ୍ତି ପାକିସ୍ତାନର ଏହି ଷ୍ଟାର ବୋଲର ଶାହୀନ ଆଫ୍ରିଦି ।