fbpx

(video) ବଦଳିଗଲେ ବାବୁସାନ! ଅନୁତାପ କରି କ୍ୟାମେରା ଆଗରେ ଭୁଲ ମାଗିଲେ ଅଭିନେତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି ମାମଲା ଏବ ଶାନ୍ତ ହୋଇ ସାରିଛି । କିନ୍ତୁ ଏହି ସମୟରେ ନିଜ ଭୁଲ ମାନିଛନ୍ତି ଓଲିଉଡର ମେଗାଷ୍ଟାର ବାବୁସାନ । କରିଥିବା ଭୁଲର ଅନୁତାପ କରି କ୍ୟାମେରା ସାମନାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କିଛି ଦିନ ତଳେ ଘଟିଯାଇଥିବା ବିବାଦକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ବାବୁସାନ । ପରିବାରକୁ ବହୁତ କଷ୍ଟ ହୋଇଛି ବୋଲି କହି ଭୁଲ ମାଗିଛନ୍ତି ଓଲିଉଡ ଷ୍ଟାର ।

ପ୍ରକୃତିଙ୍କ ସହିତ ସମ୍ପର୍କକୁ ନେଇ ହୋଇଥିବା ବିବାଦ ଉପରେ ଅନୁତାପ କରୁଛନ୍ତି ଓଲିଉଡର ଚକଲେଟ ବୟ । ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ଜାରି କରି ସେ ଓଡିଶାବାସୀ ଏବଂ ପ୍ରଶଂସକମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି, ଶ୍ୱଶୁରଙ୍କ ସହ ତାଙ୍କ ପରିବାର ମଧ୍ୟ କୁବ କଷ୍ଟ ପାଇଲେଣି ବୋଲି ଏହି ଭିଡିଓରେ କହିଛନ୍ତି ବାବୁସାନ । ତେବେ ଆଗକୁ ସେମାନଙ୍କର ଆଉ କୌଣସି କ୍ଷତି ହେବାକୁ ଦେବିନି ବୋଲି ବାବୁସାନ କହିଛନ୍ତି ।

ଏହାସହିତ ଆଗକୁ ଏମିତି ଏକ ଭୁଲ ଆଉ କେବେ ହେବନି ବୋଲି ଓଡିଶାବାସୀଙ୍କୁ ପ୍ରମିଜ କରିଛନ୍ତି ବାବୁ । ତେବେ ସ୍ତ୍ରୀ ତୃପ୍ତି ଏବଂ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ ହୋଇଛି । କିନ୍ତୁ ଆଗକୁ ଏଭଳି ଭୁଲକୁ ଦୃଷ୍ଟିରେ ରଖିବା ପାଇଁ କଥା ଦେଇଛନ୍ତି ଓଲିଉଡ ଷ୍ଟାର ବାବୁସାନ । ଏବେ ନିଜ ପରିବାର ଏବଂ ସ୍ତ୍ରୀଙ୍କ ସହ ଖୁସିରେ ରହିବାକୁ ସେ ପ୍ରୋମିଜ କରିଛନ୍ତି ।

Get real time updates directly on you device, subscribe now.