fbpx

ଏହି ୩ ରାଶିରେ ପଡିବ ସୂର୍ଯ୍ୟ, ଶନି, ଓ ବୁଧଙ୍କର ଶୁଭ ଦୃଷ୍ଟି: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତିଥି ବାର ନକ୍ଷେତ୍ରକୁ ନେଇ ଗ୍ରହମାନେ ନିଜର ଗତିପଥ ପରିବର୍ତ୍ତନ କରିଥାନ୍ତି । ଯାହାକି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ । ସେହିପରି ଆଜି ଅର୍ଥାତ ଅଗଷ୍ଟ ମାସ ୨୨ ତାରିଖରେ ବୁଧ ଗ୍ରହ ନିଜର ଗତିପଥ ପରିବର୍ତ୍ତନ କରି ନିଜ ରାଶି କନ୍ୟାକୁ ପ୍ରବେଶ କରିବା ସହ ୨୬ ଅକ୍ଟୋବର ପର୍ଯ୍ୟନ୍ତ କନ୍ୟା ରାଶିରେ ରହିବେ । ସେହିପରି ଏହାର ୪ ଦିନ ପୂର୍ବରୁ ଗ୍ରହ ରାଜ ସୂର୍ଯ୍ୟ ମଧ୍ୟ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିଥିଲେ । ଏତତ୍ ବ୍ୟତୀତ ନ୍ୟାୟର ଦେବତା ଶନି ମଧ୍ୟ ସ୍ୱରାଶି ମକରରେ ବିରାଜମାନ କରିଛନ୍ତି ।

ଏହିପରି ତିନି ଗ୍ରହ ନିଜ ରାଶିରେ ବିରାଜମାନ କରିଥିବାରୁ ଏକ ଦୁର୍ଲଭ ଗ୍ରହ ସ୍ଥିତି ସୃଷ୍ଟି ହେଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ, ବୁଧ ଓ ଶନି ଏକା ସହିତ ନିଜ ରାଶିରେ ରହିଥିବାରୁ ଏହା କିଛି ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଗ୍ରହଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶି ଉପରେ କି ପ୍ରଭାବ ପକାଉଛି ।

ବୁଧ ଶନି ଓ ସୂର୍ଯ୍ୟ ଚମକାଇବେ ଭାଗ୍ୟ:

ମିଥୁନ: ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଗ୍ରହମାନଙ୍କ ସ୍ଥିତି ବହୁତ ଶୁଭ ଫଳ ଦେବ । ତେବେ ସୂର୍ଯ୍ୟ ନିଜ ରାଶି ସିଂହରେ ବିରାଜମାନ କରିଥିବାରୁ ଏହି ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟର ଓ ବେପାରରେ ଶୁଭ ଫଳ ମିଳିବ। ଏଥି ସହିତ ଏମାନେ ଧନବାନ ହେବା ସହିତ ଆତ୍ମବିଶ୍ୱାସ ଓ ପରାକ୍ରମ ବଢିବ ।ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ।

କର୍କଟ: ସୂର୍ଯ୍ୟ, ବୁଧ ଓ ଶନିର ସ୍ଥିତି ଏହି ରାଶିର ବ୍ୟକ୍ତିମାନଙ୍କୁ ଧନବାନ କରାଇବ । ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ଦରମା ବୃଦ୍ଧି ହେବା ସହ ପ୍ରମୋଶନ ମଧ୍ୟ ହୋଇପାରେ । ତେବେ କୌଣସି କାମରେ ନିବେଶ କରିବାକୁ ଚାହୁଁଥିଲେ ଏହା ଭଲ ସମୟ ଅଛି ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ତିନି ଗ୍ରହର ରାଶି ପରିବର୍ତ୍ତନ ବହୁତ ଶୁଭ ଫଲ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରତ୍ୟେକ କାମରେ ଭାଗ୍ୟର ସାଥ୍ ମିଳିବ । ବିଦେଶ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଚାକୀରି କରୁଥିବା ବ୍ୟକ୍ତିମାନଙ୍କୁ ନୂତନ ଚାକିରୀର ସୁଯୋଗ ମିଳିବ ।

Get real time updates directly on you device, subscribe now.