fbpx

ଉଚିତ୍ ଦିଗରେ ରଖୁଛନ୍ତି ତ’ ଟଙ୍କା ! ନହେଲେ ହୋଇପାରେ ଧନହାନୀ…

ପ୍ରତ୍ୟେକ ବ୍ୟକ୍ତି ଚାହିଥାନ୍ତି ଯେ ତାଙ୍କ ଜୀବନରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ଆସୁ । ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହୁ । କିନ୍ତୁ ଅନେକ ଥର କଠିନ ପରିଶ୍ରମ ପରେ ବି ବ୍ୟକ୍ତିଙ୍କ ଘରେ ଧନ ଲାଭ ହୋଇନଥାଏ । ଏହାର କାରଣ ବାସ୍ତୁ ସମସ୍ୟା ମଧ୍ୟ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୂଯାୟୀ ଯଦି ଧନକୁ ଠିକ୍ ଦିଗରେ ନ ରଖାଯାଏ, ତେବେ ଏହା ଧନହାନି ଏବଂ ଅଧିକ ଖର୍ଚ୍ଚର କାରଣ ପାଲଟିଥାଏ ।

ଏମିତିରେ ତ’ ବାସ୍ତୁଶାସ୍ତ୍ରରେ ପ୍ରତି ଜିନିଷ ପାଇଁ ଉଚିତ୍ ଦିଗର ବିଶେଷତ୍ୱ ରହିଛି । ଏସବୁକୁ ଠିକ୍ ଦିଗରେ ନରଖିଲେ ଏହାର ନକାରତ୍ମକ ପ୍ରଭାବ ପଡ଼ିଥାଏ । ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, ଯଦି ଧନ କିମ୍ବା ଧନ ରଖୁଥିବା ଟ୍ରେଜରୀକୁ ଉଚିତ ଦିଗରେ ରଖୁନାହାଁନ୍ତି ତେବେ ଏହା ଅନେକ ଅସୁବିଧାର କାରଣ ହୋଇପାରେ । ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଖରାପ ରହିବାକୁ ଲାଗେ, କରଜ ବଢ଼ିପାରେ ।

ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ ଘରର ଟ୍ରେଜରୀ, ଟଙ୍କା କିମ୍ବା ଅଳଙ୍କାର ରଖିବା ପାଇଁ ଉତ୍ତର ଦିଗ ଭଲ ହୋଇଥାଏ । ଏହି ଦିଗରେ କୁବେରଙ୍କ ବାସ ଥାଏ । ଏହାସହ ଏହି ଦିଗରେ ଟଙ୍କା ରଖିବା ଦ୍ୱାରା ତାହା ବୃଦ୍ଧି ହୋଇଥାଏ । ଏହା ସହ ଘରେ ଉନ୍ନତି ହୋଇଥାଏ । ସେହିପରି ଘରର ବାୟୁକୋଣ, ଅଗ୍ନିକୋଣ ଏମିତିକି ପଶ୍ଚିମ ଦିଗରେ ଟଙ୍କା ରଖନ୍ତୁ ନାହିଁ ।

Get real time updates directly on you device, subscribe now.