fbpx

ସୂର୍ଯ୍ୟ-ଶୁକ୍ରଙ୍କ ରାଶି ପରିବର୍ତ୍ତନ: ଭାଗ୍ୟଶାଳୀ ହେବେ ଏହି ୩ ରାଶିର ବ୍ୟକ୍ତି

ବିଭିନ୍ନ ସମୟରେ ତିଥି ବାର ନକ୍ଷେତ୍ରକୁ ନେଇ ଗ୍ରହମାନେ ନିଜ ନିଜର ଗତିପଥ ଓ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିମାନଙ୍କ ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ବୈଦିକ ରିତି ଓ ଜ୍ୟୋତିଶ ଶାସ୍ତ୍ର ରେ ଶୁକ୍ରଙ୍କୁ ଅସୁରଙ୍କ  ଗୁରୁ ବୋଲି କୁହାଯାଏ । ଏଥିସହିତ ଶୁକ୍ର ବୃହସ୍ପତିଙ୍କ ପରି ଏକ ଭାଗ୍ୟଶାଳୀ ଗ୍ରହ । ଯାହାଙ୍କ କୃପାରୁ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ । ତେବେ ଏହି ଭାଗଶାଳୀ ଗ୍ରହ ନିଜର ଗତିପଥ ଓ ରାଶି ପରିବର୍ତ୍ତନ କରବାକୁ ଯାଉଛନ୍ତି । ଶୁକ୍ର ଚଳିତ ମାସ ଅଗଷ୍ଟ ୩୧ ତାରିଖରୁ ରାଶି ବଦଳାଇ ସୂର୍ଯ୍ୟଙ୍କ ସହ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ ଏହା ୩ଟି ରାଶି ଉପରେ ଶୁଭ ଫଳ ପ୍ରଦାନ କରିବ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ସୂର୍ଯ୍ୟ-ଶୁକ୍ରଙ୍କ କୃପା ।

୧- ବୃଷ: ସିଂହ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ସ୍ଥିତି କାରଣରୁ ଏହା ବୃଷ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ଦେବ । ଏହି ରାଶିର ବ୍ୟକ୍ତିମାନେ ଘର ପାଇଁ ଜିନିଷ କିଣାକିଣି କରିବା ସହତ ଆନନ୍ଦ ବିଳାସ ର ମଜା ନେଇ ପାରିବେ । ଏଥିସହିତ ଏହି ରାଶିର ବ୍ୟକ୍ତିମାନନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ରହିବ । ଏତତ୍ ବ୍ୟତୀତ ନୂତନ ଚାକିରୀର ସୁଯୋଗ ମଧ୍ୟ ରହିଛି ।

୨- ସିଂହ: ସୂର୍ଯ୍ୟ ଓ ଶୁକ୍ରଙ୍କ ଉପସ୍ଥିତି ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଆକସ୍ମିକ ଭାବରେ ଧନ ପ୍ରାପ୍ତିର ଯୋଗ ରହିଛି । ଏଥିସହିତ ଆପଣମାନେ ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ । ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ସୁଖମୟ ହେବ ।

୩- ତୁଳା: ସୂର୍ଯ୍ୟ-ଶୁକ୍ରଙ୍କ ଏକତ୍ର ଉପସ୍ଥିତି ତୁଳା ରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ ଉନ୍ନତିରେ ସାହାଯ୍ୟ କରିବ । ଏହାସହିତ ବିଭିନ୍ନ ମଧ୍ୟମରେ ଧନ ପ୍ରାପ୍ତିର ଯୋଗ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଆନନ୍ଦମୟ ହେବ ।

Get real time updates directly on you device, subscribe now.