fbpx

Video: ୫ କୋଟିର ମାନହାନୀ ମାମଲା କଲେ ପ୍ରକୃତି, କହିଲେ ଅଭିଯୁକ୍ତମାନେ ଭୁଲ୍ ମାଗିଲେ ସମାଧାନ ହୋଇଯିବ

ଭୁବନେଶ୍ୱର: ପୁଣି ଖବରକୁ ଫେରିଛି ବାବୁସନ୍‌-ପ୍ରକୃତି ମାମଲା। କାରଣ ବାବୁସାନ୍‌ଙ୍କ ସ୍ତ୍ରୀ, ତାଙ୍କ ଶ୍ୱଶୁର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି। ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରି ପ୍ରକୃତି ଜଣାଇ ଦେଇଛନ୍ତି ଯେ, ତାଙ୍କ ଇଜ୍ଜତ ଏତେ ଶସ୍ତା ନୁହେଁ। ତେବେ ଏହି ମାମଲାରେ ପ୍ରକୃତିଙ୍କ ଓକିଲ କହିଛନ୍ତିି ଯେ, ‘ଏବେ ବି ସମାଧାନର ବାଟ ଖୋଲା ଅଛି। ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ ସମାଧାନ ହେବ। ଅଥବା ଅଭିଯୁକ୍ତ ଯଦି ଭୁଲ୍ ମାଗିବେ ସମାଧାନ ହେବ’ ବୋଲି ଓକିଲ କହିଛନ୍ତି।

ପ୍ରକୃତି କହିଛନ୍ତି ଯେ, ରାଜ ରାସ୍ତାରେ ତାଙ୍କ ସହିତ ଅନ୍ୟାୟ ହୋଇଛି। ମୋ ପ୍ରାପ୍ୟର ନ୍ୟାୟ ପାଇବାକୁ ମୁଁ ହକଦାର। ଯାହା ପୋଲିସ ଏପର୍ଯ୍ୟନ୍ତ ତାଙ୍କୁ ଦେଇପାରିନି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ସେ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଗତକାଲି ପ୍ରକୃତି ହାଇକୋର୍ଟଙ୍କୁ ସେ ଏହି ବିଷୟରେ ଜଣାଇଥିଲେ। ଏସମ୍ପର୍କରେ ପ୍ରତିକ୍ରିୟାରେ ପ୍ରକୃତି କହିଥିଲେ, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି। ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି। ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା।

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା। ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି। ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନି। ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଥିଲେ।

Get real time updates directly on you device, subscribe now.