fbpx

ଦ କାଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ‘ଲାଲ ସିଂହ ଚଡ୍ଡା’: International Box Officeରେ କରିଲା ଏତିକି କୋଟି ରୋଜଗାର

ମୁମ୍ବାଇ: ଅମୀର ଖାନଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ ପୂର୍ବରୁ ଓ ପରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଏହାକୁ ଟ୍ରୋଲ କରାଯାଉଛି । ଲାଲ ସିଂହ ଚଡ୍ଡା ଚଳଚିତ୍ରକୁ ଭାତରରେ ପସନ୍ଦ କରିନଥିବା ବେଳେ ଏହା ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରି ପାରିନାହିଁ । କିନ୍ତୁ ବିଦେଶରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଇଣ୍ଟରନେସନାଲ ବକ୍ସ ଅଫିସରେ ଲାଲ ସିଂହ ଚଡ୍ଡା ଅନକେ ଫିଲ୍ମକୁ ଫଛରେ ପକାଇ ରେକର୍ଡ ସୃଷ୍ଟି କରିଛି । ଏତତ୍ ବ୍ୟତୀତ ହଲିଉଡ୍ ଫିଲ୍ମ ଫରେଷ୍ଟ ଗମ୍ପର ହିନ୍ଦି ରିମେକ୍ ଲାଲ ସିଂହ ଚଡ୍ଡା ୨୦୨୨ରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ହିନ୍ଦି ଫିଲ୍ମ । ଏହି ଫିଲ୍ମ ଗଙ୍ଗୁବାଇ କାଠିଆୱାଡି, ଭୁଲ୍ ଭୁଲେୟା-୨ ଏବଂ ଦ କାଶ୍ମୀର ଫାଇଲ୍ସ ପରି ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ଏଥିସହିତ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିଛି ।

ଲାଲ ସିଂହ ଚଡ୍ଡା ରିଲିଜର ପ୍ରଥମ ସପ୍ତାହରେ ହିଁ ଇଣ୍ଟରନେସନାଲ ବକ୍ସ ଅଫିସରେ ୭.୫ ମିଲିୟନ ଡଲାର ଅର୍ଥାତ୍ ୫୯ କୋଟି ଟଙ୍କା ରୋଜଗାର କରିଥିଲା । ଯାହାକି ଗଙ୍ଗୁବାଇ କାଠିଆୱାଡି, ଭୁଲ୍ ଭୁଲେୟା-୨ ଏବଂ ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଠାରୁ ମଧ୍ୟ ଅଧିକ ଥିଲା । ତେବେ ଲାଲ ସିଂହ ଚଡ୍ଡା ଭାରତୀୟ ବକ୍ସ ଅଫିସରେ ୫୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହା ୱାର୍ଲ୍ଡ ୱାଇଡ ବକ୍ସ ଅଫିସରେ ବର୍ତ୍ତମାନ ସୁଦ୍ଧା ୧୨୬ କୋଟି ଟଙ୍କା ରୋଜଗାର କରିଛି ।

ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ଅମୀର ଖାନ ଓ କରୀନା କାପୁରଙ୍କ ଅଭିନୀତ ଚଳଚିତ୍ର ଲାଲ ସିଂହ ଚଡ୍ଡା ମୁକ୍ତିଲାଭ କରିଥିଲା । ଏହି ମୁଭିକୁ ନେଇ ଅନେକ ଗୁଜବ ସୃଷ୍ଟି ହେବା ସହ ବହୁ ବାଦ ବିବାଦ ମଧ୍ୟ ଦେଖାଦେଇଥିଲା । ଯାହାଫଳରେ ଘରୋଇ ବଜାରରେ ଏହି ଫିଲ୍ମ ସାମାନ୍ୟ ନିରାଶା ଦେଇଥିବା ବେଳେ ବିଦେଶରେ ଏହା ଭଲ ପଦର୍ଶନ କରିବା ସହ ଭଲ ରୋଜଗାର ମଧ୍ୟ କରିଛି ।

Get real time updates directly on you device, subscribe now.