ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବିଭିନ୍ନ ସମୟରେ ଗ୍ରହ ନକ୍ଷେତ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ । ସେମାନେ ନିଜର ଗତିପଥ ସହ ରାଶି ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ବ୍ୟକ୍ତିକୁ ଶୁଭ ଫଳ ବା ଅଶୁଭ ଫଳ ମିଳିଥାଏ । ତେବେ ସେପ୍ଟେମ୍ବର ମାସରେ ଗ୍ରହ ନକ୍ଷେତ୍ର ମାନେ ନିଜର ସ୍ଥିତି ପରିବର୍ତ୍ତନ ପାଇଁ ଭଲ ସମୟ ହୋଇଥାଏ । ତେଣୁ ଏହି ସାମରେ ଦୁଇଟି ବଡ ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରୁଛନ୍ତି । ଯାହା ଦ୍ୱାରା ଏହା ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଗୋଟିଏ ରାଶି ଉପରେ ଏହାର ପ୍ରଭାବ ବହୁମାତ୍ରାରେ ପଡିବ । ବର୍ତ୍ତମାନ ଆସନ୍ତୁ ଜାଣିବା କେବେ ଓ କେଉଁ ଦୁଇଟି ବଡ ଗ୍ରହ ନିଜର ସ୍ଥିତି ଏବଂ ରାଶି ପରିବର୍ତ୍ତନ କରୁଛନ୍ତି ।
କେଉଁ ଗ୍ରହ କରିବେ ରାଶି ପରିବର୍ତ୍ତନ: ଗ୍ରହରାଜ ସୂର୍ଯ୍ୟଙ୍କୁ ସାହାସୀ ଓ ପରାକ୍ରମୀ ଗ୍ରହ ବୋଲି ବିବେଚନା କରାଯାଏ । ତେବେ ଗ୍ରହରାଜ ସୂର୍ଯ୍ୟ ସେପ୍ଟେମ୍ବର ମାସ ୧୭ ତାରିଖ ଶନିବାର ଦିନ ରାଶି ପରିବର୍ତ୍ତନ କରିବେ । ସେହିପରି ଶୁକ୍ରଙ୍କୁ ମଧ୍ୟ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ଏବଂ ଧନର ପ୍ରତୀକ ବୋଲି କୁହାଯାଇଥାଏ । ତେବେ ସୂର୍ଯ୍ୟଙ୍କ ପରି ଶୁକ୍ର ଦେବ ମଧ୍ୟ ସେପ୍ଟେମ୍ବର ୨୪ ତାରିଖ ଶନିବାର ଦିନ ନିଜର ସ୍ଥାନ ପରିବର୍ତ୍ତନ କରିବେ । ଯାହାଫଳରେ ଏହା କିଛି ରାଶିଙ୍କ ଉପରେ ପ୍ରଭାବ ପକାଇବ ।
କେଉଁ ରାଶି ଉପରେ ପଡିବ ପ୍ରଭାବ: ଶୁକ୍ର ସେପ୍ଟେମ୍ବର ୨୪ ତାରିଖ ନିଜର ସ୍ଥିତି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । ଏତିସହିତ ସେ ଅକ୍ଟୋହର ୧୮ ତାରିଖ ପର୍ଯ୍ୟନ୍ତ ସେହି ରାଶିରେ ବିରାଜମାନ କରିବେ । ଏହା ପରେ ଶୁକ୍ର ଦେବ ତୁଳା ରାଶିରେ ପ୍ରବେଶ କରିବେ । ସେହିପରି ସୂର୍ଯ୍ୟ ମଧ୍ୟ ୧୭ ସେପ୍ଟମ୍ବରରୁ କନ୍ୟାରାଶିରେ ପ୍ରବେଶ କରି ୧୭ ଅକ୍ଟୋବର ପର୍ଯ୍ୟନ୍ତ ରହିବେ । ଯାହାଫଳରେ କନ୍ୟା ରାଶିରେ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ପ୍ରଭାବ ରହିବ । ତେବେ ଏହି ଦୁଇ ବଡ ଗ୍ରହଙ୍କ ପ୍ରଭାବ କାରଣରୁ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ବହୁତ ଶୁଭ ଫଳ ମିଳିବ । ଏତତ୍ ବ୍ୟତୀତ ସେମାନେ ସୁଖ ସମୃଦ୍ଧି ପ୍ରାପ୍ତି କରିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉନ୍ନତି ହେବ ।