fbpx

ବେଧଡ଼କ ଚାଲିଛି ଦେହ ବେପାର: ସବୁ ଜାଣିକି ଚେଇଁ ଶୋଇଛନ୍ତି ନିଆଳି ଥାନା ଆଇଆଇସି

ନିଆଳି, (ଓଡ଼ିଶା ଭାସ୍କର): ନିଆଳି ଥାନା ଆଇଆଇସି ବିଜୟା ମାଲିକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣାଶୁଣା ମଦବ୍ୟବସାୟୀ ପଳସା ଗ୍ରାମର ବାବୁଲି ନାୟକ । ନିଆଳି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ମଦ ବ୍ୟବସାୟ ବିସ୍ତାର କରିଥିବା ସେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କୌଣସି ଗଣମାଧ୍ୟମ ପ୍ରତିନିଧି ଯଦି ମଦ ବ୍ୟବସାୟୀ ବିରୁଦ୍ଧରେ ଖବର ପ୍ରସାରଣ କରିବାକୁ ଆସନ୍ତି ସଙ୍ଗେ ସଙ୍ଗେ ଜଣାଇଲେ ମୁଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସ୍ୱୀକାର କରିଛନ୍ତି ବାବୁଲି ନାୟକ । ଏଠାରେ ସ୍ପଷ୍ଟ ପ୍ରମାଣ ଯେ, ଆଇଆଇସିଙ୍କ ନିର୍ଦ୍ଦେଶରେ ମଦବେପାର ଖୁଲମଖୁଲା ଚାଲିଛି । ସେହିଭଳି ବିଳାଷୁଣି ଗ୍ରାମରେ ବାହାରୁ ଝିଅ ଆଣି ଜଣେ ମହିଳା ନିଜ ଘରେ ରଖି ଗ୍ରାମାଞ୍ଚଳରେ ଏହି ଦେହ ବ୍ୟବସାୟ କରୁଛନ୍ତି ।

ତେବେ ମହିଳା ଜଣଙ୍କ ଏଭଳି ପ୍ରଭାବଶାଳୀ ଯେ, ସ୍ଥାନୀୟ ଅଞ୍ଚଳବାସୀ ସବୁ ଦେଖି ମଧ୍ୟ ମୁହଁ ଖୋଲୁ ନାହାନ୍ତି । ଏ ନେଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବାରୁ ସମ୍ପୃକ୍ତ ମହିଳା ଜଣକ କ୍ୟାମେରା ଆଗରେ ଆଇଆଇସି ବିଜୟ ମଲ୍ଲିକ୍ ଓ ସେଠୀ ବାବୁ ଭଳି ଜଣେ ଅଫିସରଙ୍କ ନାମ ନେଇ ଏହି ବେପାରରେ ସହଯୋଗ କରିଥବା କଥା ସ୍ୱୀକାର କରିଛନ୍ତି । ଏପରିକି ଆଇଆଇସି ମୋ ନିଜ ଘରକୁ ଆସି କୌଣସି କାର୍ଯ୍ୟାନୁଷ୍ଠାନ ବି ନେଇନାହାନ୍ତି ।

ସେହିଭଳି ଦେବୀ କନ୍ଦଳ ଦ୍ୱୀପାଞ୍ଚଳରୁ ବହୁ ମୂଲ୍ୟବାନ କାଠକୁ ନେଇ ନିମାପଡ଼ା ଅଞ୍ଚଳକୁ ଯାଉଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଏହି ଗାଡ଼ିର ଫଟୋ ଉଠାଇବାରୁ ନିଆଳି ଥାନା ମାସିକିଆ •ନ୍ଦା ନେଉଛି ବୋଲି ସ୍ୱୀକାର କରିଥିଲେ । ଏହି ସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ଯେ ନିଆଳି ଥାନା ଆଇଆଇସିଙ୍କ ଇଙ୍ଗିତରେ ଏଭଳି ବେଆଇନି କାର୍ଯ୍ୟ କରାଯାଉଛି ।

ଆଇଆଇସିଙ୍କ ଅନ୍ୟତ୍ର ବଦଳି ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହାକୁ ବାତିଲ୍ କରି ଦୀର୍ଘଦିନ ହେବ ଏଠାରେ ରହିବାରୁ ସ୍ଥାନୀୟ ଅଞ୍ଚଳରେ ଏଭଳି ବେଆଇନି କାର୍ଯ୍ୟ କରିବାର ଅଭିଯୋଗ ହେଉଛି । ଏନେଇ ନିଆଳି ଥାନା ଆଇଆଇସି ବିଜୟ ମଲ୍ଲିକଙ୍କ ସହ ଯୋଗାଯୋଗ ହୋଇପାରିନଥିବାବେଳେ କଟକ ଗ୍ରାମାଞ୍ଚଳ ଏସ୍ପି ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.