fbpx
BJD SKY
BJD SKY

ବାଇକ ସହ ଭାସିଗଲେ ଯୁବକ,ବର୍ତ୍ତମାନ ସୁଦ୍ଧା ମିଳି ପାରୁନାହିଁ ପତ୍ତା

BJD

ଫୁଲବାଣୀ: ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଟିକିଏ ସୁଧୁରିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ଅନେକ ନଦୀରେ ଜଳସ୍ତର ଅଧିକ ରହିଛି । ସ୍ଥାନେ ସ୍ଥାନେ ଜଳ ରାସ୍ତା ଆଉ ପୋଲ ଉପରେ ମଧ୍ୟ ଗତି କରୁଛି । ଏହା ଦ୍ୱାରା କେତେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି । ପାରି ସ୍ରୋତରେ ଲୋକଙ୍କ ସହ ଗାଡି ଗୁଡିକ ମଧ୍ୟ ଭାସି ଯାଉଛି । ଯାହାଫଳରେ ଏହି ଭଳି ମୃତ୍ୟୁ ସଂଖ୍ୟା ପ୍ରତିଦିନ ଶୁଣିବାକୁ ମିଳୁଛି ।

ଏହି ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବାଇକ ସହ ଜଣେ ଯୁବକ ଭାସି ଯାଇଛନ୍ତି । ପୋଲରୁ ବାଇକ ସହ ଯୁବକ ଭାସିଯାଇଛନ୍ତି । ରାତିରେ ପୋଲ ଉପରେ ବନ୍ୟା ପାଣି ଚାଲୁଥିବା ବେଳେ ଯୁବକ ଜଣକ ଜାଣି ପାରି ନଥିଲେ । ତେବେ ସାଂଲୁକୀ ପୋଲ ଉପରେ ବାଇ ସହ ଯୁବକ ଜଣକ ଭାସି ଯାଇଥିଲେ । ଏହି ପୋଲ ନଦୀଖଣ୍ଡିସାହି- ଡାକପାଲାକୁ ସଂଯୋଗ କରୁଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରି ଦେଇଛନ୍ତି ।

ଏହା ପୂର୍ବରୁ କିଛି ଦିନ ତଳେ ବନ୍ୟା ପାଣିରେ କାର ସହିତ ଦୁଇଜଣ ଯୁବକ ଭାସି ଯାଇଥିଲେ । ପରେ କାର ସହିତ ତାଙ୍କର ମୃତ ଦେହ ଜବତ କରାଯାଇଥିଲା ।

Get real time updates directly on you device, subscribe now.