fbpx

(ଭିଡିଓ) ‘I Hate You Indians’, ଟେକ୍ସାସରେ ୪ ଭାରତୀୟଙ୍କୁ ଆକ୍ରମଣ ସହ ବନ୍ଧୁକ ଦେଖାଇଲେ ମହିଳା

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ବଂଶଜ ମହିଳାଙ୍କ ଉପରେ ଜାତିଗତ ଆକ୍ରମଣର ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଆମେରିକୀୟ-ମେକ୍ସିକୋ ମହିଳା ଟେକ୍ସାସର ରାସ୍ତାରେ ବୁଲୁଥିବା ଭାରତୀୟ ମୂଳ ବଂଶଜ ମହିଳାଙ୍କ ସହ ଅସଦାଚରଣ କରିବା ସହି ମାଡ ମାରିଥିଲେ ଓ ପରେ ବନ୍ଧୁକ ଦେଖାଇ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ ମହିଳାଙ୍କୁ ଗିରଫ କରିଛି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଆକ୍ରମଣକାରୀ ମହିଳା ଭାରତୀୟ-ଆମେରିକୀୟ ମହିଳାଙ୍କ ସହ ଅସଦାଚରଣ କରୁଛନ୍ତି ଏବଂ ସେମାନଙ୍କୁ ଭାରତ ଫେରିବାକୁ କହୁଛନ୍ତି । ସେ କହିଛନ୍ତି କି ‘ମୁଁ ଭାରତୀୟମାନଙ୍କୁ ଘୃଣା କରେ ।’

ଏହି ଘଟଣା ବୁଧବାର ରାତିରେ ଟେକ୍ସାସର ଡାଲାସର ପାର୍କିଂରେ ଘଟିଛି, ଯେଉଁଠାରେ ୪ ଜଣ ଭାରତୀୟ ମୂଳ ବଂଶଜ ମହିଳା ହୋଟେଲରୁ ରାତ୍ରୀ ଭୋଜନ ପରେ ପାର୍କିଂ ସ୍ଥାନକୁ ଯାଉଥିଲେ । ଠିକ୍ ସେତେବେଳେ ଆମେରିକୀୟ-ମେକ୍ସିକୋର ଜଣେ ମହିଳା ସେଠାରେ ପହଞ୍ଚି ଭାରତୀୟ ମହିଳାଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।

ମହିଳା ଜଣକ କହିଥିଲେ ଯେ, ‘ମୁଁ ତୁମ ଭାରତୀୟମାନଙ୍କୁ ଘୃଣା କରେ । ଏହି ସମସ୍ତ ଲୋକ ଏକ ଭଲ ଜୀବନ ବଞ୍ଚିବାକୁ ଆମେରିକା ଆସନ୍ତି ।’ ଏହି ଘଟଣା ସାରା ଆମେରିକାରେ ଥିବା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ମଧ୍ୟରେ ଭାଇରାଲ ହୋଇଛି । ମେକ୍ସିକୋ-ଆମେରିକୀୟ ମହିଳାଙ୍କୁ ପ୍ଲାନୋର ଏସମେରାଲା ଅପଟନ୍ ବୋଲି ଚିହ୍ନଟ କରାଯାଇଛି ।

ଏହି ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି ଜଣେ ଭାରତୀୟ-ଆମେରିକୀୟ ମହିଳାଙ୍କ ପୁଅ । ସେ କହିଛନ୍ତି ଯେ, ‘ମେକ୍ସିକୋ-ଆମେରିକୀୟ ମହିଳାଙ୍କ ଅସଦାଚରଣକୁ ମୋ ମା’ ଶାନ୍ତ ଭାବରେ ଜବାବ ଦେଇଛନ୍ତି । ସେ କ୍ରମାଗତ ଭାବରେ ଆକ୍ରମଣକାରୀ ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ନଦେବାକୁ କହୁଥିଲେ । ମେକ୍ସିକୋ-ଆମେରିକୀୟ ମହିଳା ଚିତ୍କାର କରି କହିଥିଲେ, ‘ମୁଁ ଯେଉଁଠାକୁ ଯାଉଛି, ତୁମେ ଭାରତୀୟମାନେ ସେଠାରେ ରହୁଛ । ଯଦି ଭାରତରେ ଜୀବନ ଏତେ ଭଲ, ତେବେ ତୁମେ ଏଠାରେ କାହିଁକି ଅଛ? ମହିଳାଙ୍କ ଅଶ୍ଲୀଳ ବ୍ୟବହାର ଯୋଗୁଁ ମୋ ମା’ ଭିଡିଓ କରିଥିଲେ, କିନ୍ତୁ ଏହା ଦେଖି ମହିଳା ଜଣକ ଅଧିକ ରାଗିଯାଇଥିଲେ ଓ ମୋ ମା’ ଏବଂ ସାଙ୍ଗମାନଙ୍କ ଉପରେ ଆକ୍ରମଣ କରିଥିଲେ ।’

ଜାତିଭିତ୍ତିକ ଆକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣର ଧମକ ସମେତ ଅନେକ ଗୁରୁତର ଧାରା ଅନୁସାରେ ପୋଲିସ ଦ୍ୱାରା ମାମଲା ରୁଜୁ କରିଛି । ବନ୍ଧୁକ ଦେଖାଇଥିବା ମହିଳାଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ତାଙ୍କ ଉପରେ ୧୦ ହଜାର ଡଲାର ଜରିମାନା ଲଗାଯାଇଛି ।

 

Get real time updates directly on you device, subscribe now.