ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(RIL)ର ଆଜି ୪୫ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବଡ ବଡ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ହାତରେ ଥିବା ୩ଟି ବିଜନେସକୁ ଏବେ ଭାଗ ହେବାକୁ ଯାଉଛି । ଏଥିରେ ତେଲ ରିଫାଇନାରୀ, ପେଟ୍ରୋ-କେମିକାଲ ଏବଂ ରିଟେଲ ଆଣ୍ଡ ଡିଜିଟାଲ ବିଜନେସ ସାମିଲ ରହିଛି । ତେବେ ଏହି ବ୍ୟବସାୟରୁ ଏବେ ମୁକ୍ତି ଚାହୁଁଛନ୍ତି ମୁକେଶ ଅମ୍ବାନୀ ।
ଆଜିର ଏହି ବୈଠକରେ ତିନି ପିଲାଙ୍କୁ ବିଭିନ୍ନ ବ୍ୟବସାୟ ହସ୍ତାନ୍ତର କରିବା ପାଇଁ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ତେବେ ଏଥିରୁ ରିଲାଏନ୍ସର ରିଟେଲର ଦାୟିତ୍ୱ ଝିଅ ଈଶା ଅମ୍ବାନୀ ସମ୍ଭାଳିବେ ବୋଲି ସେ ଘୋଷଣା କରିଛନ୍ତି । ଏଣିକି ଈଶା ହିଁ ଏହି ବ୍ୟବସାୟର ନୂଆ ମାଲିକାଣି ବୋଲି ସେ ଏହି ବୈଠକରେ ଘୋଷଣା କରିଛନ୍ତି । ତେବେଖୁବଶୀଘ୍ର ରିଲାଏନ୍ସ FMCG ସେକ୍ଟରରେ ଏଣ୍ଟ୍ରି କରିବ ବୋଲି କହିଛନ୍ତି ଈଶା ।
ଏହା ବ୍ୟତୀତ ରିଲାଏନ୍ସ ତରଫରୁ FMCG ବିଜନେସ ଲଞ୍ଚ କରାଯିବ । ଏହାଦ୍ୱାରା ଲୋକମାନେ ନିଜ ଆବଶ୍ୟକୀୟ ଜିନିଷ ସହଜରେ ଏବଂ ଶସ୍ତାରେ ମିଳିପାରିବ । ସେହିପରି ରିଲାଏନ୍ସ ଜିଓ ବିଜନେସ ପୁଅ ଆକାଶ ଅମ୍ବାନୀଙ୍କ କାନ୍ଧରେ ରହିବ ବୋଲି ଏହି ବୈଠକରେ ଘୋଷଣା ହୋଇଛି । ତେବେ ତେଲ ଏବଂ ଏନର୍ଜି କାରବାରକୁ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଦେଇପାରନ୍ତି ବୋଲି ଆଲୋଚନା ହେଉଛି ।