fbpx

ନିର୍ବାଚନ ସମୟରେ ଭିନ୍ନକ୍ଷମଙ୍କୁ ମିଳିବ ସୁବିଧା, ପ୍ରତିଶ୍ରୁତି ଦେଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରତ୍ୟେକ ନିର୍ବାଚନ ସମୟରେ ଭୋଟ କେନ୍ଦ୍ରକୁ ଯିବା ସମୟରେ ଭିନ୍ନକ୍ଷମଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ । ଭିନ୍ନକ୍ଷମମାନେ ଭୋଟ କେନ୍ଦ୍ର ଯିବା ପାଇଁ ରାମ୍ପର ବ୍ୟବସ୍ଥା ରହିବ, ସେମାନଙ୍କୁ ନେବା ଆଣିବା ପାଇଁ ହୁଇଲ ଚେୟାର ଦିଆଯିବ, ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ । ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯିବା ପରେ ଏ ସଂକ୍ରାନ୍ତୀୟ ଏକ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ ।

ଗତ ପଞ୍ଚାୟତ ସମୟରେ କିଛି ବୁଥରେ ଭିନ୍ନକ୍ଷମଙ୍କ ପାଇଁ କୌଣସି ସୁବିଧା ନଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ କିଛି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଭୋଟ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ କୌଣସି ସୁବିଧା ନଥିବା ନେଇ ଫଟୋ, ତଥ୍ୟ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିଲା ।

ହାଇକୋର୍ଟ ଏହି ମାମଲାର ବିଚାର କରିବା ପରେ ଏହା ଉପରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ନିର୍ବାଚନରେ ଭିନ୍ନକ୍ଷମଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବା ନେଇ ରାଜ୍ୟ ନିର୍ବାଚନ କମିସନ ପ୍ରତିଶ୍ରୁତି ଦେଇଛନ୍ତି । ତେବେ କମିସନଙ୍କ ଏହି ପଦକ୍ଷେପ ଫଳରେ ଆଗକୁ ନିର୍ବାଚନ ସମୟରେ ଭୋଟ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ବିଭିନ୍ନ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.