fbpx

ବଦଳିବ ବୋଲଗଡ଼ ରୋଡ ଷ୍ଟେସନର ନାମ: ମାଲିକଗୋଡ଼ା ଷ୍ଟେସନ ହେବ ନୂଆ ନାମ, ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ଖବର । ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହେବ । ଏହି ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ଭାବେ ନାମିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଏନେଇ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ତେବେ ଖୁବଶୀଘ୍ର ବୋଲଗଡ଼ ରୋଡ ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଷ୍ଟେସନ ନାମ ପରିବର୍ତ୍ତନ କରିବା ପାଇଁ ଅପରାଜିତା ରେଳ ମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଥିଲେ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଅନେକ ସମୟରେ ଜନସାଧାରଣଙ୍କ ହିତସାଧନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଗତ ଜୁନ୍ ମାସରେ ସେ କୋଣାର୍କ ଗସ୍ତ କରି ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । ସେହିପରି ରେଳ ମନ୍ତ୍ରଣାଳୟ ସହିତ ସଂଯୁକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଦୁଇଟି ଶିଫ୍ଟରେ କାର୍ଯ୍ୟ କରିବେ ବୋଲି ଗତ ଜୁଲାଇ ମାସରେ ସେ ଘୋଷଣା କରିଥିଲେ ।

Get real time updates directly on you device, subscribe now.