fbpx

ଆଗକୁ ଆସୁଛି ପାର୍ବଣ ଋତୁ: କୋଭିଡ ସାଙ୍ଗକୁ ବଢୁଛି ସ୍ୱାଇନ୍ ଫ୍ଲୁ ସଂକ୍ରମଣ, କେମିତି ଜାଣିବେ ଲକ୍ଷଣ…

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି । ଏବେବି କରୋନାର ପ୍ରକୋପ ଜାରି ରହିଛି । ନୂଆ ଭାରିଆଣ୍ଟ ସହିତ ସ୍ୱାଇନ୍ ଫ୍ଲୁ, ମଙ୍କିପକ୍ସ ଏବଂ ଟମାଟୋ ଫ୍ଲୁ ଭଳି ଅନେକ ସଂକ୍ରମଣ ରିପୋର୍ଟ କରାଯାଇଛି ।  ରିପୋର୍ଟ ଅନୁଯାୟୀ, ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ତିନି ଜଣଙ୍କଠାରେ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଛି । ଝାଡ଼ଖଣ୍ଡ ବ୍ୟତୀତ ଗତ କିଛି ମାସ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମିଜୋରାମରେ ମଧ୍ୟ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଚଳିତ ବର୍ଷ ଆରମ୍ଭରୁ ଦେଶରେ ସ୍ୱାଇନ୍ ଫ୍ଲୁ (ଐ୧ଘ୧ ଫ୍ଲୁ) ରୋଗ ଦେଖାଦେଇଛି  । କରୋନା ମହାମାରୀ ମଧ୍ୟରେ ଏହି ବିପଦ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ  ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସରେ ଦିଲ୍ଲୀରେ ପ୍ରାୟ ୧୫ଟି ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିଲେ  । ଚଳିତ ବର୍ଷ ଜାନୁୟାରୀ ୧ ରୁ ଅଗଷ୍ଟ ୨୮ ମଧ୍ୟରେ ମହାରାଷ୍ଟ୍ରରେ ୨୩୩୭ ସ୍ୱାଇନ୍ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୯୮ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆଗକୁ ପାର୍ବଣ ଆସୁଥିବାରୁ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି  । ଏହି ସମସ୍ତ ବିପଦକୁ ଏଡାଇବା ପାଇଁ, ଲୋକମାନେ ନିରନ୍ତର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ  ।

ଆସନ୍ତୁ ଜାଣିବା ସ୍ୱାଇନ୍ ଫ୍ଲୁ ସଂକ୍ରମଣ ବିଷୟରେ :-

ସ୍ୱାଇନ୍ ଫ୍ଲୁ ମୁଖ୍ୟତଃ ଐ୧ଘ୧ ଷ୍ଟ୍ରେନ୍ ଦ୍ୱାରା ହୋଇଥାଏ  । ଏଥିରେ ସଂକ୍ରମିତଙ୍କ ନିକଟରେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ନାକ ପ୍ରବାହିତ, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥଣ୍ଡା ଏବଂ ଥକାପଣ ଭଳି ଲକ୍ଷଣ ଦେଖାଦେଇଥାଏ  । ଅନେକଙ୍କ କ୍ଷେତ୍ରରେ ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ ମଧ୍ୟ ନଜର ଆସିଥାଏ  । ଏହି ସଂକ୍ରମଣ ହେତୁ ମୃତ୍ୟୁ ହାର ପ୍ରାୟ ୧-୪% ହୋଇପାରେ  । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ସମୟରେ ଦେଶରେ ଅନେକ ପ୍ରକାରର ସଂକ୍ରମଣ ଚାଲିଛି । ତେଣୁ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଏବଂ ଅନ୍ୟାନ୍ୟ ସଂକ୍ରମଣ ରୋଗ ମଧ୍ୟରେ ପାର୍ଥକ୍ୟ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ୱାରା ଏହି ରୋଗର ସଠିକ୍ ନିରାକରଣ ଏବଂ ଚିକିତ୍ସା ହୋଇପାରିବ ।

କୋଭିଡ୍ -୧୯ ଏବଂ ସ୍ୱାଇନ୍ ଫ୍ଲୁ ମଧ୍ୟରେ ପାର୍ଥକ୍ୟ :-

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଦେଶରେ ଉଭୟ କୋଭିଡ-୧୯ ଏବଂ ସ୍ୱାଇନ୍ ଫ୍ଲୁ ମାମଲା ଚିହ୍ନଟ ହୋଇଛି । ତେବେ ଉଭୟ ରୋଗର ଅନେକ ଲକ୍ଷଣ ସମାନ ହୋଇପାରେ, କିନ୍ତୁ ଉଭୟର ଗମ୍ଭୀରତାର ସ୍ତର ଅଲଗା, ଯେଉଁ କାରଣରୁ ଅବସ୍ଥାର ସଠିକ୍ ନିରାକରଣ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଉଭୟ କୋଭିଡ-୧୯ ଏବଂ ସ୍ୱାଇନ୍ ଫ୍ଲୁ ସଂକ୍ରମଣରେ ଶରୀରରେ ଯନ୍ତ୍ରଣା, ଥକାପଣ, ମୁଣ୍ଡବିନ୍ଧା, କାଶ, ଗଳା ଯନ୍ତ୍ରଣା ଭଳି ଅନେକ ଲକ୍ଷଣ ସମାନ ରହିଥାଏ  । ତେଣୁ ଏହି ସବୁ ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ  ।

କିପରି ରୋକାଯାଇପାରିବ ଏହି ସଂକ୍ରାମକ ରୋଗକୁ?

ଉଭୟ ରୋଗ ସଂକ୍ରମଣରୁ ଆରମ୍ଭ ହୋଇଥାଏ  । ତେଣୁ ଆପଣଙ୍କ ନିକଟରେ ଏହିସବୁ ଲକ୍ଷଣ ଦେଖାଯିବା ମାତ୍ରେ ମାସ୍କ ବ୍ୟବହାର କରିବା ସହ ହାତକୁ ପରିଷ୍କାର ରଖିବା ଆବଶ୍ୟକ  । ସେହିଭଳି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ନିୟମିତ ବ୍ୟାୟାମ ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ  ।

Get real time updates directly on you device, subscribe now.