fbpx

Virginity ଟେଷ୍ଟରେ ଫେଲ୍ ହେଲା କନିଆ: ଲାଗିଗଲା ୧୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ରାଜସ୍ଥାନର ମିୱାଡର ଗ୍ରାମାଞ୍ଚଳରେ ଚାଲୁଥିବା ବାହାଘର ପରେ କୁମାରୀତ୍ୱ ପରୀକ୍ଷା ବା ଭର୍ଜିନିଟୀ ଟେଷ୍ଟର କୁପ୍ରଥା ‘କୁକଡି’ ଏବେ ବି ବିବାହିତ ମହିଳାଙ୍କ ପିଛା ଛାଡ଼ୁନି । ବିୱାଡର ଭିଲୱାଡା ଜିଲ୍ଲାରେ ଜଣେ ନବବିବାହିତା କନିଆ ଭର୍ଜିନିଟୀ ଟେଷ୍ଟରେ ଫେଳ୍ ହୋଇଥିଲେ । ଏହା ଉପରେ ସମାଜର ଖାପ ପଞ୍ଚାୟତ ଶୁଦ୍ଧିକରଣ ନାଁରେ ବିବାହିତା ଓ ତାଙ୍କ ପରିବାର ଲୋକଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ଜୋରିମାନା ନଦେବା କାରଣରୁ ବିବାହିତାଙ୍କୁ ଲଗାତାର ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଛି । ବାହାଘରରର ୫ ମାସ ପରେ ବି ସେ ନିଜ ଦାମ୍ପତ୍ତ୍ୟ ଜୀବନ ଆରମ୍ଭ କରିପାରି ନାହିଁ ।

ତେବେ ବିବାହିତାଙ୍କ ସହ ବାହାଘର ପୂର୍ବରୁ ରେପ୍ ହୋଇଥିଲା । ଏହାର ମାମଲା ଭିଲୱାଡା ସହରର ସୁଭାଷ ନଗର ଥାନାରେ ରୁଜୁ ହୋଇଛି । ଏବେ ପୀଡିତା ବାଗୋର ଥାନାରେ ନିଜ ସ୍ୱାମୀ ଓ ଶଶୁରଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କା ପାଇଁ ନିର୍ଯାତନା ଦେଉଥିବା ମାମଲା ରୁଜୁ କରିଛନ୍ତି ।

ମଣ୍ଡଳ ଡେପୁଟି ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ପୀଡିତା ମେ’ ୧୧ ରେ ବିବାହ କରିଥିଲେ । ବିବାହ ପରେ ସମାଜର ‘କୁକଡି ସିଷ୍ଟମ’ ଅଧୀନରେ ତାଙ୍କ କୁମାରୀତ୍ୱ ପରୀକ୍ଷା କରାଯାଇଥିଲା । ସେ ଏଥିରେ ଫେଲ୍ ମାରିଥିଲେ । ବିବାହିତା ମହିଳାଙ୍କୁ ସମ୍ପର୍କୀୟମାନେ ପଚରାଉଚରା ପରେ ଜଣାପଡିଲା କି, ବିବାହ ପୂର୍ବରୁ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିଲା । ଏହାର ମାମଲା ସୁଭାଷ ନାଗର ପୋଲିସ ଷ୍ଟେସନରେ ରୁଜୁ ହୋଇଛି । ପରେ ପୀଡିତା ଏହା ପରେ ପୀଡିତା କୁକଡ଼ା ପ୍ରଥା ଓ ତାଙ୍କ ସହ ହେଉଥିବା ନିର୍ଯାତନାର ଅଭିଯୋଗ ଥାନାରେ କରିଥିଲେ । ଏବେ ଏହାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.