fbpx

କର୍ମଚାରୀ ସଂଖ୍ୟା ଓ ଖାଲିଥିବା ପଦବୀ ସଂଖ୍ୟାର ରିପୋର୍ଟ ଦେବେ ଡିଗ୍ରୀ କଲେଜ, ନିର୍ଦ୍ଦେଶନାମା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କଲେଜଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ ଅଛନ୍ତି, କେତେ ପଦବୀ ଖାଲି ରହିଛି ସେନେଇ ବିସ୍ତୃତ ତଥ୍ୟ ଦେବାକୁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର କଲେଜଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକୁ କର୍ଣ୍ଣପାତ କରିନଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗତ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକ ଚିଠି ବିଭିନ୍ନ କଲେଜଗୁଡ଼ିକୁ ପଠାଯାଇଥିଲା । ଏହା ପରେ ମଧ୍ୟ ସଂପୃକ୍ତ କଲେଜଗୁଡ଼ିକ ଏ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିନଥିଲେ ।

ତେଣୁ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଖାଲିଥିବା ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସମ୍ପର୍କରେ ସୁବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.