fbpx

INS Vikrant ହେଲା ଆହୁରି ଶକ୍ତିଶାଳୀ: ମିସାଇଲରେ ଲାଗିଲା AK-630, ଧମାଧମ୍ କରିବ ଗୁଳିବର୍ଷା

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ ବିମାନ ବାହକ ମିସାଇଲ INS Vikrant ହେବ ଆହୁରି ଶକ୍ତିଶାଳୀ । ଏଥିରେ ଲାଗିବ AK-630 ନାମକ ଆଉ ଏକ ତୋପ, ଯାହା ନିର୍ଧୁମ ଗୁଳିବର୍ଷଣ କରିପାରିବ ସେନାବାହିନୀ । ତେବେ କେତୋଟି ବନ୍ଧୁକ ଖଞ୍ଜାଯାଇଛି, ସେ ନେଇ ପ୍ରକୃତ ତଥ୍ୟ ମିଳି ନଥିଲେ ବି ଏହାଦ୍ୱାରା ମିସାଇଲର ଶକ୍ତି ବଢିଯିବ ବୋଲି କୁହାଯାଇଛି । ତେବେ ବିକ୍ରାନ୍ତରେ ପ୍ରାୟ ୪ଟି ବନ୍ଧୁକ ଲଗାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା ।

AK-630 ହେଉଛି ଏକ କ୍ଲୋଜ-ଇନ ୱିପନ ସିଷ୍ଟମ । ଏହା ରୋଟାରୀ ତୋପ ବା ଚରିର ପାଖକୁ ବୁଲି ଆକ୍ରମଣ କରିପାରୁଥିବା ବନ୍ଧୁକ ଅଟେ । ଶତ୍ରୁର ଟାର୍ଗେଟ ଏରିଆକୁ ବୁଲି ତା ଉପରେ ଗୁଳିବର୍ଷା କରିବାର କ୍ଷମତା ରଖିଛି AK-630 ବନ୍ଧୁକ । ତେବେ ଏହି ଆକ୍ରମଣ ଖୁବ ଭୟଙ୍କର ଏବଂ ଏହାର ଟାର୍ଗେଟରୁ ମଧ୍ୟ ବଞ୍ଚିବା ଖୁବ କଷ୍ଟକର ହୋଇଥାଏ । ଏହି ତୋପର ଓଜନ ପ୍ରାୟ ୧୮୦୦ କିଲୋଗ୍ରାମ ହୋଇଥାଏ । ତେବେ ଏହାକୁ ଚଳାଇବା ପାଇଁ କେବଳ ଜଣେ ବ୍ୟକ୍ତି ହିଁ ଆବଶ୍ୟକ ହୋଇଥାନ୍ତି । ଚାରି ଦିଗରେ ବୁଲି କୌଣସି ବି କୋଣରୁ ଶତ୍ରୁକୁ ଆକ୍ରମଣ କରିପାରେ AK-630 ।

ଏହାର ଫାୟାରିଙ୍ଗ ରେଞ୍ଜ ମିନିଟ ପ୍ରତି ୪୦୦୦ ରାଉଣ୍ଡରୁ ୧୦ ହଜାର ରାଉଣ୍ଡ ପର୍ଯ୍ୟନ୍ତ ହୋଇଥିବା ବେଳେ ଟାର୍ଗେଟ ରେଞ୍ଜ ୪-୫ କିଲୋମିଟର ରହିଛି । ଏହାର ରେଞ୍ଜକୁ ଆସିବା ମାତ୍ରେ ହିଁ ଏହା ଟାର୍ଗେଟ ଉପରେ ଆଟାକ କରିଥାଏ । ତେବେ ଏଥିପାଇଁ ଭାରତ ସରକାର ୩୦ ମି.ମି ସ୍ୱଦେଶୀ ଗୁଳି ପ୍ରସ୍ତୁତ କରିଛନ୍ତି । ତେବେ ଏହା ଭାରତର ସୁରକ୍ଷା କମ୍ପାନୀଗୁଡିକ ପାଇଁ ବଡ ସଫଳତା ବୋଲି କହିଛନ୍ତି ନୌସେନାର ଉପପ୍ରମୁଖ  ।

Get real time updates directly on you device, subscribe now.