fbpx

NCBI ର ଖୁଲାସା: ୨୪ ଘଣ୍ଟାରେ ଏତିକି ଥର ଖାଇପାରିବେ ଖାଦ୍ୟ

ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ହିଁ ସମ୍ପଦ, ମଣିଷର ସ୍ୱାସ୍ଥ୍ୟ ଭଲ ରହିଲେ ସେ ସମସ୍ତ କାର୍ଯ୍ୟ କରିବାରୁ ଆଗ୍ରହ ପ୍ରକାଶ କରିବା ସହ ମନ ମଧ୍ୟ ପ୍ରଫୁଲ ରହିଥାଏ । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାରେ ପକାଇଥାଏ । ଯାହାଫଳରେ ଆମର ଭିନ୍ନ ଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

ତେବେ ସୁସ୍ଥ ଏବଂ ସୁସମ ଖାଦ୍ୟ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଆପଣ ଖାଉଥିବା ଖାଦ୍ୟ ଆପଣଙ୍କ ଶରୀର ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ । ଦିନକୁ କେତେ ଥର ଖାଦ୍ୟ ଖାଉଛନ୍ତି ଏହା ମଧ୍ୟ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ତେଣୁ ଏନେଇ NCBI (National center For Biotechnology Infirmation)ତରଫରୁ ଏକ ରିସିର୍ଚ୍ଚ ହୋଇଥିଲା । ଯେଉଁଥିରେ ଏକ ସୁସ୍ଥ ଶରୀର ପାଇଁ ଦିନକୁ କେତେଥର ଖାଦ୍ୟ ଖାଇବା ଆବଶ୍ୟକ ତାହା ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଗୋଟିଏ ମଣିଷକୁ ତାର ସୁସ୍ଥ ଶରୀର ପାଇଁ ଦିନକୁ କତେ ଥର ଖାଦ୍ୟ ଖାଇବା ଆବଶ୍ୟକ ।

କଣ କହୁଛି ରିସର୍ଚ୍ଚ:

ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ପାଶ୍ଚାତ୍ୟ ଦେଶମାନଙ୍କରେ ସାଧାରଣତ ତିନିଥର ଭୋଜନ କରିଥାନ୍ତି । ଯେଉଁଥିରେ ଜଳଖିଆ , ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ ଜ୍ଝ କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଏହି ତିନିଥର ମୁଖ୍ୟ ଭୋଜନ ବ୍ୟତୀତ ଦିନକୁ ଆଉ ଦୁଇରୁ ତିନିଥର ହାଲୁକା ଭୋଜନ କରିବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ଦିନକୁ ଏହିପରି ଭାବରେ ୫ରୁ ୬ ଥର ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ଏହା ସମସ୍ତଙ୍କ ଶରୀର ପାଇଁ ଉପେଯାଗୀ ନୁହେଁ । ଏପରି କିଛି ରୋଗୀ ଅଛନ୍ତି ଯେଉଁମାନଙ୍କୁ ଦିନକୁ ଦୁଇଥର ଭୋଜନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

ମେଦବହୁଳ ବ୍ୟକ୍ତି : NCBI ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଛି ଯେ ର ଅନୁସାରେ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ କମ୍ ଖାଦ୍ୟ ଖାଇବା ଜରୁରୀ । କାରଣ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା BMI(ବଡି ମାସ୍ ଇଣ୍ଡେକ୍ସ) ବୃଦ୍ଧି ହେବାର ଆଶଙ୍କା ଅଛି । କିନ୍ତୁ ଆପଣ ଯଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି, ତେବେ BMIକମ୍ ରହିବ । ଯାହାଫଳରେ ଆପଣଙ୍କ ମେଦବହୁଳତା କମିବା ସହିତ ଏହି କାରଣରୁ ହେଉଥିବା ଅନେକ ରୋଗ ମଧ୍ୟ ଦୂର ହେବ । ତେଣୁ ଜଳଖିଆ ଖାଇବା ପରିବର୍ତ୍ତେ ଦୁଇଥର ଭଲ ଏବଂ ସୁସମ ଖାଦ୍ୟ ସେବନ କରନ୍ତୁ ।

ମଧୁମେୟ ରୋଗି : ରିପୋର୍ଟ ଅନୁଯାୟୀ ମଧୁମେୟ ରୋଗିମାନେ ସାଧାରଣତ ୩ ରୁ ୪ ଥର ଖାଦ୍ୟ ଖାଇ ପାରିବେ । କିନ୍ତୁ ଏମାନେ କେତେ ପରିମାଣର ଖାଦ୍ୟ ଭୋଜନ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆପଣ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେୟରେ ଆକ୍ରାନ୍ତ ବ୍ୟକ୍ତିମାନେ ସଠିକ୍ ପରିମାଣର ସୁସ୍ଥ ଖାଦ୍ୟ ସେବନ କରନ୍ତୁ ।

ହୃଦଘାତ ସମସ୍ୟାରେ ପଡିତ ଥିବା ଲୋକେ:
ଯଦି ଆପଣଙ୍କର ହୃଦଘାତ ଜନିତ କିଛି ସମସ୍ୟା ଥାଏ ତେବେ ଆପଣ ଦିନକୁ ୩-୪ ଥର ଭୋଜନ କରିପାରିବେ । କିନ୍ତୁ ଆପଣ ସ୍ନାକ୍ସ ପରିବର୍ତ୍ତେ ଜଳଖିଆ ଖାଆନ୍ତୁ । କାରଣ ସ୍ନାକ୍ସରେ ଅଧିକାଂଶ ଚର୍ବି ସାମଗ୍ରୀ ରହିଥାଏ । ଯାହାକି ଶରୀରରେ ଥିବା କୋଲେଷ୍ଟ୍ରଲ ପରିମାଣକୁ ବୃଦ୍ଧି କରିଥାଏ । ତେଣୁ ହୃଦଘାତରେ ପିଡିତ ବ୍ୟକ୍ତି ସ୍ନାକ୍ସ କିମ୍ବା ଜଳଖିଆ ପରିବର୍ତ୍ତେ ଅଳ୍ପ ପରିମାଣର ସୁସମ ଖାଦ୍ୟ ଭୋଜନ କରନ୍ତୁ ।

Get real time updates directly on you device, subscribe now.