fbpx

ବିଶ୍ୱକର୍ମା ପୂଜାରେ ପଡୁଛି ଏହି ବିଶେଷ ସଂଯୋଗ : ଜାଣନ୍ତୁ ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ବିଶେଷ ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ତିଥି ଅନୁସାରେ ପଡିଥାଏ । ତେବେ ଅଶ୍ୱିନ ମାସ କନ୍ୟା ସଂକ୍ରାନ୍ତିରେ ଦେବତାଙ୍କ ଶିଳ୍ପକାର ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ତିଥି । ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜି ପାଳିତ ହେଉଛି । ତେବ ଭଗବାନ ବିଶ୍ୱକର୍ମାକୁ ଏ ସାରା ସଂସାରର ପ୍ରଥମ ଶିଳ୍ପିକାର କୁହାଯାଏ । ତେବେ ଏହି ବିଶ୍ୱକର୍ମା ପୂଜାଦିନ ଲୋକେ ସେମାନଙ୍କ ଅଫିସ, ଫ୍ୟାକ୍ଟ୍ରି ଏବଂ କାରଖାନାରେ ଥିବା ସମସ୍ତ ମେସିନ୍ ଗୁଡିକୁ ପୂଜା କରାଯାଇଥାଏ । ତେବେ ଚଳିତ ବର୍ଷ ଭଗବାନ ବିଶ୍ୱକର୍ମା ପୂଜାରେ ୫ଟି ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି । ଏହି ବିଶେଷ ସଂଯୋଗ ସମୟରେ ବିଶ୍ୱକର୍ମା ଭଗବାନଙ୍କୁ ପୂଜା କରିଲେ ମନ ସ୍କାମନା ପୂର୍ଣ୍ଣ ହେବା ସହ ବ୍ୟାପାର ବାଣିଜରେ ମଧ୍ୟ ଉନ୍ନତି ହୋଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପୂଜାର ଶୁଭ ମୂହୁର୍ତ୍ତ ଏବଂ ପୂଜାବିଦ୍ଧି ।

ପୂଜାର ଶୁଭ ମୂହୁର୍ତ୍ତ: ଚଳିତ ବର୍ଷ ଭଗବାନ ବିଶ୍ୱାକର୍ମାଙ୍କ ଜନ୍ସ ଜୟନ୍ତି ରେ ୩ ଟି ଶୁଭ ମୂହୁର୍ତ୍ତ ପଡୁଛି । ଏହି ମୂହୁର୍ତ୍ତରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ଏବଂ ଅର୍ଥିକ ଅବସ୍ଥା ମଜବୁତ ହେବ । ତେବେ ଏହି ୩ଟି ମୂହୁର୍ତ୍ତ ହେଉଛି…
ସକାଳ ୭.୩୯ ରୁ ୯.୧୧
ଦ୍ୱିପ୍ରହର ୧.୪୮ ରୁ ୩.୨୦
ତୃତୀୟ ମୂହୁର୍ତ୍ତ ଅପରାହ୍ନ ୩.୨୦ ରୁ ୪.୫୨

ବିଶ୍ୱକର୍ମା ଜୟନ୍ତୀର ଶୁଭ ଯୋଗ
ଏହି ବର୍ଷ ବିଶ୍ୱକର୍ମା ଜୟନ୍ତୀ ଉପରେ ଏକ ଅତ୍ୟନ୍ତ ଶୁଭ ଯୋଗ ପଡୁଛି । କାରଣ ଆଜି ସୂର୍ୟ୍ୟ କନ୍ୟା ରାଶିରେ ପ୍ରବେଶ କରିବେ । ଆଜି ବିଶ୍ୱକର୍ମା ଜୟନ୍ତୀଙ୍କ ସହ କନ୍ୟା ସଙ୍କ୍ରାନ୍ତୀ ମଧ୍ୟ ପାଳନ କରାଯାଉଛି । ଏତତ୍ ବ୍ୟତୀତ ଆଜି ମହାଲକ୍ଷ୍ମୀ ଉପବାସ ମଧ୍ୟ ଶେଷ ହେବ । ଆଜି ଏହି ୫ ଟି ଶୁଭ ସମନ୍ୱୟ ସୃଷ୍ଟି ହୋଇଛି । ତେବେ ଏହି ୫ ଟି ଶୁଭ ସଂଯୋଗ ହେଉଛି…

ଅମୃତ ସିଦ୍ଧି ଯୋଗ: ଏହା ସକାଳ ୦୬.୧୩ ରୁ ପୂର୍ବାହ୍ନ – ୧୨.୨୧
ଦ୍ୱିପୁଷ୍କର ଯୋଗ: ୧୨.୨୧ ଅପରାହ୍ନ ରୁ ୦୨.୧୪ ଅପରାହ୍ନ
ରବି ଯୋଗ ଏବଂ ସରଭାର୍ଥ ସିଦ୍ଧି ଯୋଗ : ସକାଳ ୦୬.୧୩ ରୁ ପୂର୍ବାହ୍ନ – ୧୨.୨୧
ସିଦ୍ଧି ଯୋଗ: ୧୭ ସେପ୍ଟେମ୍ବର ଭୋର ୦୫.୫୧ରୁ ୧୮ ସେପ୍ଟେମ୍ବର ସକାଳ ୦୬.୩୪ ପର୍ଯ୍ୟନ୍ତ

ଭଗବାନ ବିଶ୍ୱକର୍ମାଙ୍କର ପୂଜା ପଦ୍ଧତି

ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ପାଇଁ, ସକାଳୁ ଉଠି ଗାଧୋଇବା ପରେ ପରିଷ୍କାର ପୋଷାକ ପରିଧାନ କରନ୍ତୁ । ଏହା ପରେ ଘରେ ଥିବା ମନ୍ଦିରରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା କିମ୍ବା ଚିତ୍ର ସ୍ଥାପନ କରନ୍ତୁ। ମନ୍ଦିରରେ ଶୁଦ୍ଧ ଘିଅର ଏକ ଦୀପ ଜାଳନ୍ତୁ ଏବଂ ଫୁଲମାଳ ଅର୍ପଣ କରନ୍ତୁ । ଏହାପରେ ପ୍ରଭୁଙ୍କ ତିଳକ ବିଦ୍ଧି ପରେ ପରେ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ ଏହା ପରେ ପୁନର୍ବାର ଭଗବାନ ବିଶ୍ୱକର୍ମାଙ୍କୁ ଭୋଗ ଅର୍ପଣ କରନ୍ତୁ ଏବଂ ମେସିନଗୁଡିକୁ ପୂଜା କରନ୍ତୁ ।

Get real time updates directly on you device, subscribe now.