fbpx

PM Modiଙ୍କୁ ଆପଣ ବି ଜନ୍ମଦିନ ଶୁଭେଚ୍ଛା ଜଣାଇପାରିବେ, ଜାଣନ୍ତୁ କେମିତି ପଠାଇବେ ମେସେଜ, ଫଟୋ, ଭିଡିଓ

ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଦେଶରୁ ବହୁ ବଡ଼ ବଡ଼ ନେତାମାନେ ତାଙ୍କର ଦୀର୍ଘଜୀବନ କାମନା କରିଛନ୍ତି । ତେବେ ଯଦି ଆପଣ ଚାହିଁବେ ତେବେ ପିଏମ ମୋଦୀଙ୍କୁ ଜନ୍ମଦିନରେ ବଧାଈ ଜଣାଇପାରିବେ । ଏଥିପାଇଁ ଆପଣଙ୍କୁ ଏକ ଛୋଟ କାମ କରିବାକୁ ପଡ଼ିବ ।

ପିଏମ ମୋଦୀଙ୍କୁ ବାର୍ଥ ଡେ ୱିସ କରବା ପାଇଁ ଆପଣ ନମୋ ଆପର ସହାୟତା ନେଇପାରିବେ । ଏହାକୁ ୟୁଜ କରି ଆପଣ ତାଙ୍କୁ ମେସେଜ, ଭିଡିଓ ଏବଂ ଫଟୋ ପଠାଇ ଜନ୍ମଦିନ ଶୁଭକାମନା ଜଣାଇପାରିବେ । ଆପଣ ନିଜର ଭିଡିଓ ଅପଲୋଡ କରି ବା ସିଧାସଳଖ ଅପଲୋଡ୍ କରିପାରିବେ । ଯଦି ଆପଣ ଚାହାନ୍ତି ତେବେ ‘ଗିଫ୍ଟ ଅଫ୍ ସେବା’ ମାଧ୍ୟମରେ ମଧ୍ୟ ଶୁଭେଚ୍ଛା ପଠାଇ ପାରିବେ ।

ଏହାଛଡ଼ା ଆପଣ ନିଜ ପରିବାର ସହିତ ମିଶି ପିଏମଙ୍କୁ ଶୁଭକାମନା ଜଣାଇପାରିବେ । ଆପଣ ଚାହିଁଲେ ଇ-କାର୍ଡ ତିଆରି କରି ପୂରା ପରିବାର ସାମିଲ ହୋଇ ମେସେଜ୍ ଲେଖି ପାରିବେ । ଏହାପରେ ଆପଣ ଇ-କାର୍ଡକୁ ସିଧାସଳଖ ଅପଲୋଡ୍ କରିପାରିବେ । ଆପଣ ଚାହିଁଲେ ଏକାଧିକ ଇ-କାର୍ଡ ପଠାଇ ପାରିବେ ।

ପିଏମଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ଆପଣ ଏକ ୟୁନିକ ତରିକା ଆପଣାଇ ପାରିବେ । ‘ଗିଫ୍ଟ ଅଫ ସେବା’ ନୂଆ ଫିଚର ସହାୟତାରେ ୟୁଜର୍ସ ନିଜ ନିଜ ଅଞ୍ଚଳରେ ବ୍ଲଡ୍ ଡୋନେସନ, ଲିଡିଂ ଡିଜିଟାଲ, ଟିବି ମୁକ୍ତ ଭାରତ, ସ୍ୱଚ୍ଛ ଭାରତ, ଭୋକାଲ ଫର ଲୋକାଲ ବିକେମ ଆତ୍ମ ନିର୍ଭର, ଏକ ଭାରତ ଉପରେ ଆପଣ ପ୍ଲେଜ୍ କରିପାରିବେ । ନମୋ ଆପରେ ସମସ୍ତ ପ୍ଲେଜକୁ ରେକର୍ଡ କରାଯିବ । ଆପଣ ଏହି ଆପରେ ସ୍ୱଚ୍ଛ ଭାରତ ମିଶନ, ବେଟୀ ବଚାଓ ବେଟୀ ପଢ଼ାଇ, କିଷାନ ସେବା ପାଇଁ ୫ ଟଙ୍କାରୁ ଆରମ୍ଭ କରି ୧୦୦ ପର୍ଯ୍ୟନ୍ତ ଦାନ କରିପାରିବେ ।

Get real time updates directly on you device, subscribe now.