fbpx

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୨ ବର୍ଷ ଜନ୍ମ ଦିବସର ଉପହାର: ଭାରତକୁ ଆସିଲେ ୮ ଚିତା

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତିଙ୍କ ୭୨ ତମ ଜନ୍ମ ଦିବସ । ଏହି ଅବସରରେ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଦ୍ରୁତତମ ପଶୁ ଚିତା ବାଘ । ହଲିକ୍ୟାପଟର ଜରିଆରେ ମଧ୍ୟପ୍ରଦେଶ ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ଏହି ଚିତାଦଳକୁ ଜାତୀୟ ଉଦ୍ୟାନକୁ ସମର୍ପଣ କରିବେ । ତେବେ ଏହି ଚିତା ଦଳ ମାନିବ୍ୟାରୁ ବିମାନରେ ଅସି ଗ୍ୱାଲିୟରରେ ପହଞ୍ଚିଛନ୍ତି । ଚିତା ପୃଥିବୀର ଦ୍ରୁତତମ ବନ୍ୟ ପ୍ରାଣୀ କିନ୍ତୁ ଏହା ଭାରତରେ ବିଲୁପ୍ତ ବର୍ଗରେ ରହିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ଅବସସରେ ଏହାକୁ ଭାରତକୁ ଆଣିଛନ୍ତି ।

ଇତିହାସ ଏହାର ସାକ୍ଷୀ ଯେ, ଭାରତରେ ଚିତାର ଇତିହାସ ହଜାର ହଜାର ବର୍ଷ ପୁରୁଣା ।  ବିଶ୍ୱାସ କରାଯାଏ ଯେ ଶେଷ ଚିତା ୧୯୪୮ ମସିହାରେ ଛତିଶଗଡର ପୂର୍ବତନ ମହାରାଜା ରାମାନୁଜ ପ୍ରତାପ ସିଂଦେଓଙ୍କ ଦ୍ୱାରା ଶିକାର କରାଯାଇଥିଲା। ଉନବିଂଶ ଶତାବ୍ଦୀରେ ବ୍ରିଟିଶ ସରକାରଙ୍କ ଅଧିକାରୀ ତଥା ଭାରତର ରାଜାମାନଙ୍କ ଦ୍ୱାରା ଅତ୍ୟଧିକ ଶିକାର ହେତୁ ଚିତାଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଶେଷରେ ୧୯୫୨ ମସିହାରେ ଭାରତ ସରକାର ଆନୁଷ୍ଠାନିକ ଭାବରେ ଦେଶରେ ଚିତା ବିଲୁପ୍ତ ହୋଇଯାଇଛି ବୋଲି ଘୋଷଣା କରିଥିଲେ।

ସେପ୍ଟେମ୍ବର ୧୭ ତାରିଖରେ ଅର୍ଥାତ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତାଙ୍କୁ ଛଡ଼ାଯିବ। ଏହା ସହିତ ରାଜ୍ୟ ଇତିହାସରେ ଏକ ନୂତନ ରେକର୍ଡ ଯୋଡାଯିବ, ଯାହାକି ୭୦ବର୍ଷ ପରେ ଚିତା ପୁଣି ଥରେ ସେମାନଙ୍କ ବାସସ୍ଥାନରେ ବୁଲିବାକୁ ସକ୍ଷମ ହେବେ ।

Get real time updates directly on you device, subscribe now.